ସାଥୀ
ସାଥୀ
ପିଲାଦିନର ସାଥୀ
ଧୂଳି ଧୂଷରିଆ ଗାଁ ଦାଣ୍ଡରେ
କଠା ପକେଇ ଗଡ଼ିଗଲା ବେଳେ
ଅନ୍ୟ ସାଥୀମାନଙ୍କର ତାଗିଦ୍
ପୁଣି, ଝାଡ଼ି ଝୁଡି ହୋଇ କୋଳାକୋଳି
ବହି ବସ୍ତାନି ର ଭାର ଭିତରେ
ସାଥୀ ର କଥା ଭାରି ଲାଗେନା
ଏକାଠି ସାଙ୍ଗ ହୋଇ
କୁଳିଆ ଗୁଡ଼ିଆର ଶୁଖିଲା
ବରା ପିଆଜି ଆଉ ଘୁଗୁନି ଖାଇବାର ମଜା
ଭାରି ମନେ ପଡୁଛି ସାଥୀ
ବୟସ ର ଗଡ଼ାଣିରେ
ଅନେକ ସାଥୀ ଆସନ୍ତି ଜୀବନରେ
କେତେ ମନେ ଅଛି କେତେ ଭୁଲା ପଣରେ
ଯୌବନ ର ଆଦ୍ୟ ପରଶ ରେ
ଜୀବନ ସାଥୀ
କନକ ବେଦୀ ର ଅଗ୍ନି ହୋମ
ବ୍ରାହ୍ମଣ ଦେବତା ଙ୍କ ର ମନ୍ତ୍ର ଧ୍ଵନି
ସାଥୀ ଟିଏ ପାଇଁ
କଢେଇ ନେବାକୁ ବାଟ ଦୁହେଁ ଦୁହିଁଙ୍କ ପାଇଁ
ଗାଁ ର ସେ ଚାଳ ଛପର ଘର
ଏବେ ଦି'ମହଲା କୋଠା
ସହରରେ ସୁନ୍ଦର
ଆଖି ଖୋସି ହେଇ ଯାଉଛି
ସାଥୀ ଖୋଜୁଛି ସାଥୀ କି
ସବୁ କିଛି ନୂଆ ନୂଆ ଲାଗୁଛି
ସମୟ ବି କ'ଣ କରି ପାରିବ?
ଅପେକ୍ଷା କରିବାକୁ ତା ପାଖରେ
କୌଣସି ସୂତ୍ର ନାହିଁ ମନ୍ତ୍ର ବି ନାହିଁ
କେବଳ
ସୂଚେଇ ଦେଉଛି
ପ୍ରତୀକ୍ଷା କରନା ଆଗକୁ ଚାଲେ
ପଛକୁ ଫେରି ଚାହଁନା
ସମୟ କୁ ସାଥୀ କରିନେ
ବାକି ଦିନ ତକ ସେ ହିଁ ତୋ ସାଥୀ ।
