STORYMIRROR

Lata Behera

Abstract

4  

Lata Behera

Abstract

ସାଥୀ

ସାଥୀ

2 mins
293


ଜୀବନ ରାସ୍ତାରେ ଚାଲିବାକୁ ହେଲେ

ଦରକାର ସାଥୀଟିଏ

ସେଇ ସାଥୀ ସବୁ ଜୀବନର ପାଇଁ 

ଆବଶ୍ୟକ ପଡ଼ିଥାଏ ।


ସମୟ ସ୍ରୋତର ବିଭିନ୍ନ ସ୍ତରରେ 

ସାଥୀଟିଏ ଲୋଡା ହୁଏ

ସେଇ ସାଥୀ ପାଇଁ ସମୟ ତାହାର

ଆପେ କେଣେ ଚାଲିଯାଏ ।

 

ଛୋଟବେଳ କଟେ ସାଙ୍ଗ ସାଥୀ ମେଳେ

କେତେ ମିଠା ସ୍ମୃତି ସିଏ

ବିଦ୍ୟାଳୟ ଠାରୁ କଲେଜ ପର୍ଯ୍ୟନ୍ତ 

ସେ ସ୍ମୃତି ନା ଭୁଲି ହୁଏ ।


କର୍ମ କ୍ଷେତ୍ରେ ସାଥୀ ଦରକାର ହୁଏ

ମିଳିମିଶି ରହେ ସିଏ

ତାହାରି ଭିତରେ କେତେ ହସ ଖୁସି

ଭାବ ଦିଆ ନିଆ ଥାଏ ।


ସବୁଠାରୁ ମୂଲ୍ୟବାନ ସାଥୀ ହୁଏ

ଜୀବନର ସାଥୀଟିଏ

ଦୁଃଖ ସୁଖ ଝଡ ଝଞ୍ଜା ଆସୁ ଯଦି

 ପାଖେ ରହି ଥିବ ସିଏ ।


ବୁଝିପାରୁଥିବ ହୃଦୟ ବେଦନା

ଦୂରେଇ ଦେବନି ସିଏ

ଏମିତି ସାଥୀଟି ଯାହାକୁ ମିଳିବ

ଭାଗ୍ୟ ତା' ବଦଳି ଯାଏ ।


ଯେତେ କଷ୍ଟ ଆସୁ ଜୀବନେ ତାହାର

ହସି ହସି ସହେ ସିଏ

ଦୁଃଖର ସୁଖର ସାଥୀଟିଏ ହୋଇ

ହାତ ଧରି ଚାଲୁଥାଏ ।


ମନ କଷ୍ଟ ପରି କଥାଟି କୁହେନି

ଧୋକାଟି ଦିଏନି ସିଏ

ଅଭାବୀ ମନର ଅଭାବପଣକୁ

ନେଇ ସିଏ ଚଳୁଥାଏ ।


ନିଃସ୍ବାର୍ଥ ଭାବରେ ଛାଇ ପରି ରହି

ଦୁଃଖ ସୁଖ ବୁଝୁଥାଏ

ଆଘାତଟି ଯଦି ତାକୁ ଲାଗିଥାଏ

ତାକୁ ବେଶୀ କଷ୍ଟ ହୁଏ ।


ସବୁବେଳେ ତାର ଭଲ ଚିନ୍ତା କରେ

ଶୁଭ ସେ ମନାସୁ ଥାଏ

ସାଥୀ ପାଇଁ ତାର ଜୀବନ ଦେବାକୁ

ବାଜି ବି ଲଗେଇ ଦିଏ ।


ଅଭାବ ଅନଟନ ବୁଝି ସେ ପାରଇ

ମନକୁ ବୁଝେଇ ଦିଏ

କଣ୍ଟକିତ ଅବା ଫୁଲ ହେଉ ପଥ

ସାଥେ ରହି ଚାଲୁଥାଏ ।


ଅସୁସ୍ଥ ବେଳରେ ପାଖେ ଜଗି ବସି

ସେବାଟି କରୁ ସେ ଥାଏ

ତାହାରି ଭିତରେ ସନେହ ମମତା

ପରଶ ସେ ଦେଇଯାଏ ।


ନୀଳକଣ୍ଠ ପରି ହସି ହସି ସିଏ

ସବୁ ଦୁଃଖ ପିଇ ଯାଏ

ସାଥୀଟି ହେଇ ହସି ସେ ହସେଇ

ନିଜେ ବି ତ ହସୁଥାଏ ।


ଯେତେ ଅପମାନ ଆଘାତ କଲେବି

କେବେ ସେ ଛାଡ଼ି ନ ଯାଏ

କେତେ ପୁଣ୍ୟ ତପ ବଳେ ଏମିତିକା 

ସାଥୀଟି ଯେ ମିଳିଥାଏ ।


ସାଥୀ ବିନା ଏଇ ଜୀବନଟି ସତେ

ଅଧୁରା ଯେ ଲାଗିଥାଏ

ସାଥୀଟିଏ ଯଦି ମିଳିଯାଏ ତାକୁ

ଦୁଃଖ ଟି ଲାଘବ ହୁଏ ।


ସେଇ ସାଥୀ ମିଛ ଧୋକାବାଜ୍ ଯଦି

ସଇତାନୀଟି ନ ଥାଏ

ବିଶ୍ବାସଘାତକ ବେଇମାନୀ ହେଲେ

 କଷ୍ଟ ଦ୍ବିଗୁଣିତ ହୁଏ ।


ସାଥୀଟି ମିଳିବା ସହଜ ହେଲେ ଏ

ମନଲାଖି ସାଥୀଟିଏ

ମିଳିବା ଟା ଏଇ ମିଛ ଦୁନିଆରେ 

ଦୁଃସ୍ବପ୍ନ ପାଲଟି ଯାଏ ।


ଦୁଃଖ କହି ଦେଲେ ଦୁଃଖ ତ ସରେନି

ମନଟି ହାଲକା ହୁଏ

ମନ କଥା କହିବାକୁ ମନ ଖୋଜେ

ସେମିତିକା ସାଥୀଟିଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract