STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Romance

2  

ଓଡ଼ିଆ ଗଳ୍ପ ଓ କବିତା - ୨

Romance

ସାଥୀ

ସାଥୀ

1 min
14.2K


ଶୁଣରେ ସାଥୀ!

ଶୁଣିଛି ଦ୍ୱତୀୟା ଜହ୍ନକୁ

ମାଗିଲେି ମିଳିଯାଏ ଯାହା ବି

ଥରେ ମାଗିଦେଖିବା ଆସ

ମାଗିବାକୁ ନାହିଁ ତ ଘୋଡ଼ା, ହାତୀ

ପାଟ ପିତାମ୍ବରୀ

ତୁ ମାଗିବୁ ମତେ

ମୁଁ ମାଗିବି ତତେ

ମିଶିକି ମାଗିପାରିବାନି କି

ତୋଫା ଗୋଟେ ଜହ୍ନରାତି

ଚନ୍ଦ୍ରନିଶା , ପ୍ରେମପକ୍ଷୀଟିଏ

ଜାଣିଛୁ ନା

ଆମ ଆଖି ଚାରିକଡେ ଅପସନକୁ

ଈର୍ଷାର ଦଂଶନ

ଦେଖି ଚାହିଁବାଟ ଚାଲିବିରେୁ

ନଇଲେ ବଞ୍ଚିବା ତ କଷ୍ଟ

ମୁଁ ଅଛି, ଥିବି ତୋ ଚଉହଦିରେ

ମୁକୁଳା ଥିବ ମୋ ବାତାୟନ

ମନର ହୃଦୟ।

କଥାଟିଏ କହବିରେି ସାଥୀ

ଥକି ଯାଉ ଯଦିକେବେ

ଜୀବନ ବାଟରେ

ଠକିଯାଇ କେବେ କାହା

ଛଳନା କିଣାରେ

ହାରିଜିବିନୁ,

ଜାଣେ ମୁଁ ପୃଥୀବୀଟା ଗୋଲ

ଥିବି ମୁଁ ସଖାଟିଏ ହୋଇ

ଶାଖାଟିଏ ହୋଇ

ଶେଷଯାତ୍ରାର

ସମ୍ବୋଧନାଟିଏ ହୋଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance