STORYMIRROR

Sanskruti Mohanty

Romance Abstract Others

2  

Sanskruti Mohanty

Romance Abstract Others

ସାଥୀ

ସାଥୀ

1 min
13.7K


କେହି ଜଣେ ଥାନ୍ତା କି ସାଥୀ ଟିଏି, 

ଯା ଆଗେ ମୁଁ କୁହନ୍ତି ,

ମୋ ମନ କଥା ଖୋଲି।

ଖୋଲି ଦିଅନ୍ତି ହୃଦୟର ଫରୁଆ,

ଵାଣ୍ଟି ଦିଅନ୍ତି କିଛି ସୁଖ, ଦୁଃଖ,

ଆଉ ଅଙ୍ଗେ ନିଭା କଥା,

କିଛି ସ୍ମୃତି ପୁଣି କିଛି ଅନୁଭୂତି।

ତା ଵୁକୁରେ ମଥା ରଖି ,

ଢାଳି ଦିଅନ୍ତି ଆଖିର ଲୁହ ସଵୁକୁ,

ସେ ମୋ ଅଲରା କେଶକୁ ତୋଳି ନେଇ,

ଲୁହକୁ ପୋଛି ନିଅନ୍ତା ତା ହାତ ପାପୁଲିରେ।

ମୋ ହାତରେ ହାତ ରଖି କୁହନ୍ତା,

ମୁଁ ଅଛି ସବୁବେଳେ ତୁମ ସାଥିରେ,

ଆଉ ରହିଥିଵି ଦିନ, ମାସ, ବର୍ଷ ,

ଆଉ ଯୁଗ ଯୁଗ ପାଇଁ।

ତୁମର ସଵୁ ଦୁଃଖ ଆଉ ଯନ୍ତ୍ରଣାକୁ,

ଢାଳି ଦିଅ ମୋ ଆଞ୍ଜୁଳାରେ,

ମୋ ଓଠର ହସ ନେଇ ହସୁଥାଅ ତୁମେ,

ତୁମର ଲୁହ ଆଉ କୋହ ସବୁକୁ,

ପିଇ ଯିବି ମୁଁ ନୀଳକଣ୍ଠ ସାଜି।

ତୁମ ଜୀବନରେ ଭରି ଦେଵି,

ଚୁନି ଚୁନି ଖୁସିର ପାଖୁଡା,

ସ୍ୱପ୍ନର ସାତ ରଂଗ,

ଆଉ ଦେହରେ ବୋଳି ଦେବି

ଚୋରା ଫଗୁଣର ମୁଠାଏ ମନ୍ଦ ମଳୟ,

ପୁଣି ମଲ୍ଲୀ ଫୁଲର ମହକ।

ତୁମେ ହସୁଥିବ ଚୁପିଚୁପି,

ଏକ ଅଜଣା ପୁଲକରେ,

ମୋହମୟ ହେଉଥିବ ,

ତୁମ ହୃଦୟର କୋଣ ଅନୁକୋଣ.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance