STORYMIRROR

Madhabi Patel

Inspirational

3  

Madhabi Patel

Inspirational

ସାଥୀ

ସାଥୀ

1 min
917


ନିରୋଳା ରାସ୍ତାରେ ସାଥି ହାତଥିଲେ

ହୋଇଯାଏ ମଧୁମୟ।


ଦୁଃଖଯନ୍ତ୍ରଣାବି ସୁଖକର ଲାଗେ

ଜୀବନ ଲାଗେ ନିର୍ଭୟ।


ସାଥିର ଆଖିରେ ସଂବେଦନା ଟିକେ

ହୃଦୟରେ ଦମ୍ଭଦିଏ।


ସାଥୀର ହସରେ ଦୁଃଖ ଧୋଇଯାଏ

ମନ ଖୁସି ହେଇଯାଏ।


ସାଥିଟିଏ ଆମ ଜନମ ଯାକର

ହାତଯିଏ ଛାଡେନାହିଁ।


ଅନ୍ୟମାନେ ସବୁ ଆପଣା ମାର୍ଗରେ

ହଜିଯାନ୍ତି କେବେ କାହିଁ।


ହୃଦୟ ଆତ୍ମାରୁ ଗଢା ଏ ସଂପର୍କ

ବିଶ୍ବାସର ସ୍ୟାହି ଦେଇ।


ନିଜଠାରୁ ଯିଏ ଆପଣାର ଲାଗେ

ବିପଦରେ ଥାଏ ରହି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational