STORYMIRROR

Subhalaxmi Nayak

Abstract

3  

Subhalaxmi Nayak

Abstract

ସାଥୀ ତୁମେ ମିଛ କହିଲ

ସାଥୀ ତୁମେ ମିଛ କହିଲ

1 min
370


ମହମବତୀର କ୍ଷୀଣ ଆଲୋକରେ,

ନିଷ୍ପଭ୍ର ଥିଲା ତୁମର ଚନ୍ଦ୍ରବଦନଟି....

କିନ୍ତୁ ମୁଁ ଦେଖିପାରୁଥିଲି ତୁମର ଅସହାୟତାକୁ,

ଗୋଟି ଗୋଟି କରି ପଢ଼ି ସାରିଥିଲି ସେଦିନ

ତୁମେ ଲୁଚେଇଥିବା ହୃଦୟର ପ୍ରତିଟି ବେଦନାକୁ,

ଆଖିପତା ଆଢୁଆଳରେ ଟଳମଳ ଲୁହକୁ ଚାପିଦେଇ,

ତୁମେ ମହାନ୍ ହେବାକୁ ପ୍ରଚେଷ୍ଟା ବି କରିଥିଲ....

ଶେଷରେ ମୋତେ ଠକିବାକୁ ଚେଷ୍ଟା କରି.....

ସାଥୀ ତୁମେ ମିଛ କହିଲ !





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract