ସାଥୀ ତୁମେ ମିଛ କହିଲ
ସାଥୀ ତୁମେ ମିଛ କହିଲ
ମହମବତୀର କ୍ଷୀଣ ଆଲୋକରେ,
ନିଷ୍ପଭ୍ର ଥିଲା ତୁମର ଚନ୍ଦ୍ରବଦନଟି....
କିନ୍ତୁ ମୁଁ ଦେଖିପାରୁଥିଲି ତୁମର ଅସହାୟତାକୁ,
ଗୋଟି ଗୋଟି କରି ପଢ଼ି ସାରିଥିଲି ସେଦିନ
ତୁମେ ଲୁଚେଇଥିବା ହୃଦୟର ପ୍ରତିଟି ବେଦନାକୁ,
ଆଖିପତା ଆଢୁଆଳରେ ଟଳମଳ ଲୁହକୁ ଚାପିଦେଇ,
ତୁମେ ମହାନ୍ ହେବାକୁ ପ୍ରଚେଷ୍ଟା ବି କରିଥିଲ....
ଶେଷରେ ମୋତେ ଠକିବାକୁ ଚେଷ୍ଟା କରି.....
ସାଥୀ ତୁମେ ମିଛ କହିଲ !
