ସାଥି ତୁମେ
ସାଥି ତୁମେ
ତୁମେ ଯେ,
ମଧୁର ବସନ୍ତର ଅଧୀର ବାଆ,
ଅଙ୍ଗ ଛୁଇଁ ବହିଗଲେ,
ଖେଳିଯାଏ ଆଲୋଡନ ।
ତୁମେ ଯେ,
ପୂର୍ଣ୍ଣମିର ଶୀତଳ ଜହ୍ନ ରାତି,
ତାରା ହୋଇ ଫୁଟିଗଲେ,
ଆନନ୍ଦେ ଭରିଯାଏ ତରୁମନ ।
ତୁମେ ଯେ,
ପ୍ରଫୁଲ୍ଲ ଚିତ୍ତ ଶୁଦ୍ଧ ଶ୍ରାବଣ,
ବିନ୍ଦୁ ସାଜି ବର୍ଷି ଗଲେ ,
ଧୋଇ ନିଅ ବେଦନା ବନ ।
ତୁମେ ଯେ,
କ୍ଷଣ ସ୍ଥାୟୀ ମନୋରମ ଇନ୍ଦ୍ରଧନୁ,
ଚିର ଆପଣାର କରି,
ସାଇତିବା ସତେ ସପନ ।