STORYMIRROR

Baijayantimala Rout

Abstract

2  

Baijayantimala Rout

Abstract

ସାଥି ହୋଇ ଲଢିବା

ସାଥି ହୋଇ ଲଢିବା

1 min
121

ଚାଇନାରୁ ଆସି କରୋନା ଭୂତାଣୁ

ଵିଶ୍ଵ କଲା କବଳିତ,

ହା ହା କାର ଶୁଭେ ଆଜି ପ୍ରତିକଣ୍ଠୁ

କେବେ ସେ ହେବ ମୁକତ

ଡ଼ରିଗଲେ ଆମେ ହାରିଯିବା ସତେ

କରୋନା ଯେ ଯିବ ମାଡ଼ି,

ସଚେତନ ଆଉ ସଜାଗ ହୋଇଲେ 

ପାଶୁ ଆମ ଯିବ ଛାଡ଼ି

ହାତ ଧୋଉଥିବା ସଦାବେଳେ ଆମେ

ଦୂରତା ଆମେ ରଖିବା,

ନିଜ ଘରେ ଆମେ ନିଜେ ବନ୍ଦୀ ହେବା

ସଵୁ ନିୟମ ମାନିବା

କରିବାନି ଆମେ ଛୋଟ ଭୁଲ ଟିଏ 

ଦେବାନି ସୁଯୋଗ କେବେ,

କରୋନାକୁ ଆମେ ତଡିଦେବା ଦେଶୁ

ନିୟମ ମାନିବା ଯେବେ

ଓଡ଼ିଶା ସଂସ୍କୃତି ଆପଣେଇ ନେବା 

କରୋନାକୁ ଭୟ ନାହିଁ,

ଜୀବନ ଵାଜିରେ ଜିତିଯିବା ଆମେ

ଲଢୁ ଥିଲେ ସାଥି ହୋଇ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract