STORYMIRROR

ରୀକ୍ଷିରାମ ମେହେର

Classics

3  

ରୀକ୍ଷିରାମ ମେହେର

Classics

ସାରଳା ମହାଭାରତ

ସାରଳା ମହାଭାରତ

1 min
223


ସୁଣ ସୁଜନେ ଦେଇ ମନ କର୍ଣ୍ଣ

          ଗାଉଛି ପୁରାଣ ମହାଭାରତ,

ପଣ୍ଡୁ ଦ୍ରୁତରାଷ୍ଟ ଯେ ଦୁଇ ଭାଇ

         ହସ୍ତୀନା ପୁର ରାଇଜଯେ ଜାତ।1।

ପଣ୍ଡୁ ଙ୍କ ଅର୍ଧାଙ୍ଗିନୀ ଥିଲେ କୁନ୍ତୀ

         ମନ୍ଦୋଦରି ଯେ ଦ୍ରୁତରାଷ୍ଟ ପତ୍ନୀ,

ମନ୍ଦୋଦରି କୋଳେ ସହେ ସନ୍ତାନ

      ପାଞ୍ଚ ପୁତ୍ର ଯେ କୋଳେ ଜାଣ କୁନ୍ତୀ।2।

ପଣ୍ଡୁ ରାଜା ସ୍ୱର୍ଗବାସ ଯେ ହେଲେ

        ଦ୍ରୁତରାଷ୍ଟ ରାଜ୍ୟ ଭାର ପାଇଲେ,

କୌରବ ପାଣ୍ଡବ ଯେ ଗୁରୁକୁଳେ 

        ବିଦ୍ୟା ଶିକ୍ଷା କରି ବଡ ହୋଇଲେ।3।

ଦ୍ରୁତରାଷ୍ଟ ଶେଷ ହେଲା ଯେ ଆସି

      ରାଜ୍ୟଭାର ପାଇଁ ଯେ ମନସ୍ତ କଲେ,

ତାହାଶୁଣି ଯେ ଦୁର୍ଯ୍ୟୋଧନ ମାମୁ

       ରାଜ୍ୟଭାର ପାଇଁ ଚକ୍ରାନ୍ତ କରିଲେ।4।

କୁହୁକ ପସା ଖେଳ ଅରମ୍ବିଲେ

       ପସା ଖେଳେ ପାଣ୍ଡବ ଯେ ହାରିଲେ,

କୌରବ ଦ୍ରୋପଦି ବସ୍ତ୍ର ଯେ ହରୀ

         ମହାଭାରତ ଯୁଦ୍ଧକୁ ନିମନ୍ତ୍ରୀଲେ।5। 

ଶେଷେ ପାଣ୍ଡବ ଯେ ରାଜ୍ୟ ତ୍ୟାଗୀ

          ବାରବର୍ଷ ବନବାସ ଭୋଗିଲେ,

ଏକ ବର୍ଷ ଅଜ୍ଞାତ ବନବାସ 

        ଅନେକ ବେଶରେ ରହି କାଟିଲେ।6।

ବନବାସ ଶେଷେ ପାଣ୍ଡବ ଆସି

          ପାଞ୍ଚପଡ଼ା ପାଇଁ କୃଷ୍ଣ କହିଲେ,

ଶ୍ରୀକୃଷ୍ଣ ଗଲେ ଶାନ୍ତି ଦୂତ ହୋଇ

        ପାଞ୍ଚପଡା ପାଣ୍ଡବ ପାଇଁ ମାଗିଲେ।7।

ତଥାପି ଦୁର୍ଯୋଧନ ଦେଲା ନାହିଁ

        ଦୁର୍ଯ୍ୟୋଧନ ଯେ ଅତି ଗର୍ଭ କରଇ,

ରାଜ୍ୟ ଭୋଗ ପାଇଁ ସକୁନି ସାଥେ

         ନିଜ ବୁଦ୍ଧି ବିବେକ ଯେ ହାରଇ।8।

ନିଜ ଅଧିକାର ପାଇଁ ପାଣ୍ଡବ।

         ଅରମ୍ଭିଲେ କୁରୁକ୍ଷେତ୍ରେ ଯେ ଯୁଦ୍ଧ

ମହାଭାତ ଯୁଦ୍ଧ ଯେ ଧର୍ମ ଯୁଦ୍ଧ 

        ଅଧର୍ମୀ ହୋଇଲେ ଶେଷ ବିନାଶ।9।

କୌରବ ସହେ ଭାଇ ଯେ ହାରିଲେ

          ପାଣ୍ଡବ ଧର୍ମ ଯୁଦ୍ଧ ଯେ ଜିତିଲେ,

ଧର୍ମ ରେ ରହି ରାଜା ଯୁଧିଷ୍ଠିର 

         ଧର୍ମ ସ୍ଥାପନ କରି ରାଜା ହେଲେ।10।

ଶ୍ରୀକୃଷ୍ଣ ମାୟା ଯେ ରଚି ଥିଲେ

           ଧର୍ମ ଶିକ୍ଷା ଜଗତ ପାଇଁ ଦେଲ,

ଗୀତା ଜ୍ଞାନ ଯେ ସମସ୍ତ ସଂସାର

           ହୃଦୟରୁ ସମସ୍ତେ ଗାନ କଲେ।11।

ଆସ ହେ ଭାଇ ବନ୍ଧୁ ଗୁରୁ ଜନ

          ଅଧର୍ମ ତ୍ୟାଗୀ ଧର୍ମେ ଦେବା ମନ

ଧନ ସମ୍ପଦ ନୁହ ଚିରଦିନ

           ଅହଂକାର ବିନାଶର କାରଣ ।12।

ୟଦା ୟଦା ହୀ ଧର୍ମସ୍ୟ 

          ଗ୍ଲାନି ଭାବତୀ ଭାରତ 

ଅଭ୍ୟୁସ୍ଥାନମ ଅଧର୍ମସ୍ୟ 

          ସମ୍ଭବାନି ଯୁଗେ ଯୁଗେ।


       


Rate this content
Log in

Similar oriya poem from Classics