STORYMIRROR

Shiba Charan Mahapatra

Abstract

2  

Shiba Charan Mahapatra

Abstract

ସାରା ରାତି ବର୍ଷା କେତେ

ସାରା ରାତି ବର୍ଷା କେତେ

1 min
116

ତୁମ ସହରରେ ମଳୟ ଛୁଆଁ ଗୋ

ଆମ ଗାଁ'ରେ ଝାଞ୍ଜି ଖରା

ତୁମ ଓଠ ଧାରେ ଲତପତ୍ ମହୁ

ଏ ହୃଦୟ ତୃଷ୍ନା ଭରା


ତୁମ ଦୁନିଆରେ ଦୁଃଖ ପକ୍ଷୀଟିର

ନଥିବ ବସା ଠିକଣା 

ଜଙ୍ଗଲରେ ଆମ ମଧୁ ମାସ କଣ

ନଥାଏ କାହାକୁ ଜଣା


ତୁମେ ହସୁଥାଅ ମନ ଖୋଲା ହସ

ଖେଳି ସହସ୍ର ହୃଦୟ 

ହସୁଥାଏ ମୁଁ ଦୁଃଖ ବିଷ ପିଇ

ଜିଇଁବାଟା ଯେବେ ଥୟ


ତୁମେ ଭିଜୁଥାଅ ପିରତି ଜ୍ୟୋତ୍ସ୍ନାରେ

ମୁଁ ଭିଜେ ତପ୍ତ ଜ୍ୱଳନେ 

ତୁମେ ଖେଳୁଥାଅ ଲୁଚକାଳି ଖେଳ

ମୁଁ ଜଳେ ନିତି ଗୋପନେ


ତୁମ ପଣତରେ ଭାବର ଜୁଆର

ଫଗୁଣର ରଙ୍ଗ ଯେତେ

ଦେଖିଯାଅ ଥରେ ଆମ ଚାଳ ଘରେ

ସାରା ରାତି ବର୍ଷା କେତେ


ତୁମ ଦୁନିଆରେ ନିତିଦିନ ଶୁଭେ

ଶଙ୍ଖ ଧ୍ୱନୀ ହୁଳହୁଳି 

ଛାତିରୁ ରକତ ନିଗାଡି ସଜାଡେ 

ତୋ ପାଇଁ ମୁଁ ଭାବାଞ୍ଜଳି

ବନ୍ଧୁ ତୋ ପାଇଁ ମୁଁ ଭାବାଞ୍ଜଳି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract