STORYMIRROR

rasmi maye pati

Inspirational

3  

rasmi maye pati

Inspirational

ସାପ ଲିସୁଣୀ

ସାପ ଲିସୁଣୀ

1 min
264


ଲି ସୁଣି ର ପାଦ ଛୁଏଁ ଲୁଡ଼ୁ ଗୋଟି 

  ୟା ହୁ କରି ଡେଇଁ ପଡ଼ିଲା

ଲୁଡ଼ୁ ଗୋଟି ଧରି ଖୁସି ରେ ଆଗକୁ

   ଚାରି ଥର ସିଏ ଡେଇଁ ପଡ଼ିଲା ।

କିଛି ବାଟ ଗଲା ମହା ଆନନ୍ଦ ରେ

  ସାପ ର ପାଟି ରେ ଗଳି ପଡ଼ିଲା

ଓ ମାଇଁ ଗଡ଼ ଆମ୍ବି ଳି ମୁହଁ ଟି

   ବାସି ଫୁଲ ପରି ମଉଳି ଗଲା ।

ମହା ଭୟଙ୍କର ସାପ ଟି ଆଗରେ 

 ପାରି ହେବି କି ତା ପାଟି ପାଖରେ

ଗୋଟି ବାଜିଗଲା ସାପ ର ପାଟିକୁ

  ବାହାରି ପଡ଼ିଲା ଲାଞ୍ଜ ପାଖରେ ।

ଆଉ ଖେଳିବି ନି ଆଉ ଖେଳିବି ନି 

  ଏତିକି ରେ ଖେଳ ହଉ ସମାପ୍ତ

କୋମଳ ପିଲା ଟି କାହୁଁ ବା ବୁଝିବ 

  ହାରିବା ଶବ୍ଦ ର ମହାନ୍ ଅର୍ଥ ।

ହାରିବା ଶବ୍ଦ ରେ ଲୁଚିଛି ଜିତିବା

  ସେ ଜିତା ରେ ଅଛି ମହା ଆନନ୍ଦ

ହାରିବା ଜିତିବା ମିଶି ପୂର୍ଣ୍ଣ ହୁଏ 

  ଜୀବନ ବହି ର ପ୍ରତିଟି ଫର୍ଦ୍ଦ ।

ଗାନ୍ଧିଜୀ,ସୁଭାଷ,ଗୋପବନ୍ଧୁ ଠାରୁ 

  କିଏ ନ ହାରିଚି ଏହି ଧରା ରେ

ଜିତୁ ଜିତୁ ପରା ଫିରିଙ୍ଗି ଶାସକ

   ହାରି ସ୍ବଦେଶ ପଳାୟନ କଲେ ।

କ୍ରୁ ଧ ମହାବଳ ହାରି ଗଲା ଦିନେ 

   ବଉଳା ଗାଈ ର ସତ୍ୟ ଆଗରେ

ଜିତୁ ଜିତୁ ପରା ହାରି ଗଲା ବ୍ୟାଧ

  କପୋତ ପକ୍ଷୀ ଏକତା ଆଗରେ,ନ।

ଅତି ଗର୍ବ କଲା ଠେକୁଆ ଭାଇ ଟି

 ନିଶ୍ଚୟ ଜିତିବି ବୋଲି ଭାବିଲା 

ଯୁଦ୍ଧ କ୍ଷେତ୍ର ରେ ହାରି ଗଲା ସିଏ

ସଚ୍ଚୋଟ କଇଁଛ ବିଜୟୀ ହେଲା ।

ଗୋଟିଏ ମୁଦ୍ରା ର ଦୁଇ ପାର୍ଶ୍ଵ ପରି

 ହାରିବା ଜିତିବା ନିଶ୍ଚେ ଆସିବ

ଧୈର୍ଯ୍ୟ ର ସହିତ ବାଟ ଚାଲୁଥିଲେ

 ଜୀବନ ଟି ଭାରି ସୁନ୍ଦର ହେବ ।

ଶତକ ବିନ୍ଦୁ ରେ ପହଞ୍ଚିଲା ଯାଇ

  ସାପ ଲିଶୁଣି ର ଲୁ ଡୁ ଗୋଟି ଟି

ଜିତି ଗଲି ମୁହିଁ ଜିତି ଗଲି ମୁହିଁ

 ଡେଇଁ ପଡୁଥିଲା ଛୋଟ ପିଲାଟି ।

ଜିତିବାର ଅର୍ଥ ପ୍ରତି ସୋପାନ ରେ 

 ସଫଳତା ରେ ଯେ ଦେଇଛ ପାଦ

ଧୈର୍ଯ୍ୟ ର ସହିତ ଆଗକୁ ଚଳିଲେ

  ହୋଇବ ତୁମେ ନିଶ୍ଚେ କୃତକାର୍ଯ୍ୟ ।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational