Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Banabihari Mishra

Abstract Comedy

3  

Banabihari Mishra

Abstract Comedy

ସାନଶଳା

ସାନଶଳା

1 min
171


ଶାଶୁ ଶଶୁରଙ୍କ ଅଲିଅଳି ଝିଅ

ବାହାହେଇ ଘରକୁ ମୋ ଆସିଲା

ସାଙ୍ଗରେ ଆଶ୍ରମ ମିରିଗ ଭଳିଆ

ସାନଭାଇଟାକୁ ସାଥେ ଆଣିଲା।। ୧


ଭାରି ବଦମାସ ସେ ମେଞ୍ଚଡ ଟୋକା

ଟିଙ୍କ ଭଳି ଥାଏ ନାନୀ ସାଥିରେ

ଯେବେ କଥାହୁଏ ତା ନାନୀ ସାଥିରେ

ପାଖରେ ଥାଇକି ଗଳା ଖଙ୍କାରେ।। ୨


ମାଳିକୁ ଯେମିତି ଛେଳିଟା ଅଡ଼ୁଆ

ଶଳା ଟୋକା ଭାରି ଅଡ଼ୁଆ କଲା

ଘରଣୀ ମୁହଁକୁ ଚାହିଁକି ଶଳାର

ଅତ୍ୟାଚାର ସହିବାକୁ ପଡିଲା।। ୩


ଛୋଟମୋଟ କିଛି ଦରକାରୀ ଚିଜ

ଆଣିବାକୁ ଯଦି ଶଳାକୁ କୁହେ

ଚକୋଲେଟ୍ ଅବା ଆଉ କିଛି ଗୋଟେ

ଲାଞ୍ଚ ସେ ଟୋକାଟା ନିଶ୍ଚୟ ନିଏ।। ୪


ଭାରିଯା ପାଇଁକି ସାନ ଶଳାଟାକୁ

କହି ପାରେନାହିଁ କିଛି ବି ହେଲେ

ସେଇଥିପାଇଁ ସେ ମେଞ୍ଚଡ ଟୋକାଟା

ମୁଣ୍ଡରେ ମୋହର ଚଢିକି ବୁଲେ।। ୫


ପାଠଶାଠ ନାହିଁ ହେଣ୍ଡିମାରି ଖାଲି

ବାତରା ହେଇକି ସାହି ବୁଲଇ

ଭାବିଲି ଦିନେ ମୁଁ ଶଳା ଟୋକାଟାକୁ

ଭଲକରି ପାନେ ଦେବି ଚଖେଇ।। ୬


ପାଞ୍ଚଟି ଗଣିତ କରିବାକୁ ଦେଲି

ଭାବିଲି ଶଳାଟା ବୁଦ୍ଧି ଶିଖିବ

କିଏ ଜାଣିଥିଲା ମାନେ ବହି ଦେଖି

ଦଶ ମିନିଟରେ ଦେଖେଇଦେବ।। ୭


ମନେ ମନେ ଭାରି ବିରକ୍ତ ଲାଗିଲା

ଭାବିଲି ମେଞ୍ଚଡ ହରେଇଦେଲା

ରଚନା ଦେଲି ମୁଁ ନଦୀବଢି ତାକୁ

ଖାତା ଧରି ସିଏ ଲେଖି ବସିଲା।। ୮


ଘଣ୍ଟାଟିଏ ଗଲା ଲେଖା ନ ସରିଲା

ଭାବିଲି ଟୋକାଟା ଭଲ ପଢୁଛି

ସେଥିପାଇଁ ବୋଧେ ମୁଣ୍ଡକୁ ତାହାର

ଲେଖିବାକୁ ବହୁ କଥା ଜୁଟୁଛି।। ୯


କେତେବେଳକରେ ଦେଖେଇଲା ମତେ

ରଚନା ଆଣିକି ଭାରିଯା ଭାଇ

ନଦୀବଢି କଥା ଆରମ୍ଭ କରିଛି

ଗାଈ ରଚନାରେ ସାରିଛି ଯାଇ।। ୧୦


ଜାଣିଲି ଏ ଟୋକା ପାଠ ପଢିବନି

ବଡ ହେଲେ ଟାଉଟରୀ କରିବ

ରାଜନୀତି କରି ପେଟ ତା ପୋଷିବ

ନହେଲେ ମିଛରେ ଡିଗ୍ରୀ କରିବ।। ୧୧


Rate this content
Log in

Similar oriya poem from Abstract