STORYMIRROR

ଗଣେଶ୍ୱର ବେହେରା

Action

3  

ଗଣେଶ୍ୱର ବେହେରା

Action

ସାମ୍ରାଜ୍ୟ

ସାମ୍ରାଜ୍ୟ

1 min
140

ମୁଁ ମୁକୁଟ ବିହୀନ ସମ୍ରାଟ 

ମୋ ମନ ସାମ୍ରାଜ୍ୟ ର 

ଆକାଶ ପରି ବିଶାଳ 

ମୋ ଦରଦ ଛାତି ।


ପ୍ରୀତିର ଦଉଡ଼ିରେ 

ଯୋଚି ଛି ସଭିଙ୍କ ହୃଦୟ କୁ 

ମୋ ସାମ୍ରାଜ୍ୟ ସୀମାହୀନ 

ପ୍ରତି ମୁହୂର୍ତ୍ତରେ ଏହା ଧାବମାନ ।


ଭାତୃତ୍ବ ର ବିଭୋର ଆଲିଙ୍ଗନ

ମୋତେ ଶତ୍ରୁ ହୀନ କରିଛି 

ନିଜର ପଣ ଆଉ ମହୁଆ ବଚନ 

ମୋର ବିଚକ୍ଷଣ କୁଟନୀତି ।


ଅସ୍ତ ବ୍ୟସ୍ତ ଇନ୍ଦ୍ରିୟ ସବୁ 

କେବେ କେବେ ବିଦ୍ରୋହୀ ସାଜନ୍ତି 

କ୍ଷଣିକ ଭୁଲ୍ ବୁଝାମଣା 

କେବେ କେବେ କୁହୁଳେ ।


କ୍ଳାନ୍ତ ଆଭିମୁଖ୍ୟ ମଝିରେ ମଝିରେ 

କାନ୍ଧ ଦେବାକୁ ଅମଙ୍ଗ ହୁଏ

   ହେଲେ, 

ମୁଁ କେବେ ହାର ମାନିନି 

ଷଡଯନ୍ତ୍ର ଆଉ ପ୍ରତିଦ୍ବନ୍ଦୀ ଙ୍କ ପାଖରେ 

ନିଜକୁ ବନ୍ଧା ପକେଇ ପାରେ 

ମୋ ସ୍ନେହର ସାମ୍ରାଜ୍ୟ ପାଇଁ 

ମୋ ସାମ୍ରାଜ୍ୟ ଚିର ଉତ୍ତୁଙ୍ଗ ରହୁ 

ଇତିହାସ, ବର୍ତ୍ତମାନକୁ ଇର୍ଷା କରୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action