ସାମ୍ପ୍ରତିକ ପରିବାର
ସାମ୍ପ୍ରତିକ ପରିବାର
ଆଗ କାଳରେ ମାଆର କୋଳରେ,
ଛୁଆ ଖେଳୁଥିଲା ହସ ଖୁସିରେ ॥
ଆଜିର ଚାକିରିଆ ମାଆ ପାଇଁ,
ବେଳ ନାହିଁ ଟିକେ ସନ୍ତାନ ପାଇଁ ॥
ଘର ପରିବାରେ ନାହିଁ ସେନେହ,
ବ୍ୟସ୍ତ ସବୁ କରିବାରେ କଳହ ॥
ଭରଷା ବିଶ୍ବାସ ଉଠି ଗଲାଣି,
ମାନବିକତା କୁ ଭୁଲି ଗଲେଣି ॥
ଧନ ସମ୍ପତ୍ତି ପଛରେ ଗୋଡ଼ାନ୍ତି,
ଲୋଭରେ ନିଜ ଲୋକଙ୍କୁ ମାରନ୍ତି ॥
ବୃଦ୍ଧ ବୃଦ୍ଧାଙ୍କୁ ମିଳେନା ସମ୍ମାନ,
ବୃଦ୍ଧାଶ୍ରମ ରେ କଟଇ ଜୀବନ ॥
ଅନ୍ୟ ଲୋକଙ୍କ ଆଗେ ମଧୁ ଝରେ,
ଘରକୁ ଆସିଲେ ବିଷ ବାହାରେ ॥
