STORYMIRROR

ବି. ନିରୁପମା

Inspirational

2  

ବି. ନିରୁପମା

Inspirational

ସାକ୍ଷର କରିଲି ପଢ଼ାଇ ପାଠ

ସାକ୍ଷର କରିଲି ପଢ଼ାଇ ପାଠ

1 min
281

କାଲି ଭଳି ମୋର ମନେପଡ଼ିଯାଏ

କିଶୋରୀ ବୟସ କଥା ,

ସରକାରଙ୍କର ଥିଲା ଅଭିଯାନ

ଯା' ନାମଟି 'ସାକ୍ଷରତା'


ଜଣେ ଛାତ୍ରଛାତ୍ରୀ ସାକ୍ଷର କରିବେ

ତିନି ନିରକ୍ଷର ଲୋକ ,

କିଛି ପିଲା ଖାଲି ନାମ ଲେଖିନେଇ

ଦେଖାଇଲେ ମାରି ଠକ


ଗ୍ରାମାଞ୍ଚଳରେ ବି ଯିଏ ନେଉଥିଲେ

ଦାୟିତ୍ୱ ସାକ୍ଷର ପାଇଁ ,

କେତେକ ସେଥିରୁ ବାକି ପଡ଼ୁଥିଲେ

ବିଭିନ୍ନ ସମସ୍ୟା ନେଇ


ସେବେଳରେ ନେଲି ନିଷ୍ପତ୍ତି ଗୋଟିଏ

ତିନିଙ୍କୁ ପଠାଇ ପାଠ ,

ନିଶ୍ଚିତ ଭାବରେ ସାକ୍ଷର କରିବି

ହେଉ ସହଜ ବା କଷ୍ଟ


ବର୍ଣ୍ଣବୋଧ ସହ ଛବି ବହି ଆଣି

ଉକ୍ତ ନିରକ୍ଷର ଜନେ ,

ନିଜ କାମ ସହ ପାଠ ପଢ଼ାଇଲି 

ନିଇତି ଉସତ ମନେ


ବିଭିନ୍ନ ସମସ୍ୟା ଆଳ ଦେଖାଇକି

କଲେ ସେ ଯେ ଅବହେଳା ,

ପଢ଼ାଇଲି ତେଣୁ ବୁଝାଇ-ତାଙ୍କର

ଦେଖିକି ସୁବିଧା ବେଳା


କେତେ ଦିନ ରାତି ଏକ କରି ମୁହିଁ

ପଢ଼ାଇଲି ତାଙ୍କୁ ବହି ,

ମାତୃଭାଷା ସହ ସଂଖ୍ୟା ଶିଖାଇଲି

ମିଶାଣ ଫେଡ଼ାଣ ତହିଁ


ପାଠର ମହତ୍ତ୍ଵ ବୁଝିପାରି ସିଏ

ଆପଣା ପିଲାଙ୍କୁ ସତେ ,

ପଢ଼ାଇକି ଏବେ ଶିକ୍ଷିତ କରନ୍ତି

ଦେଖି ଖୁସିଲାଗେ କେତେ


ସରକାରଙ୍କର ସେ ଅଭିଯାନରେ

ସ୍ବଇଚ୍ଛାରେ ଯୋଗଦେଇ ,

ତିନିଜଣଙ୍କୁ ମୁଁ ସାକ୍ଷର କରିଲି

ସତକଥା ଦେଲି କହି


ସେମିତି ତ କେତେ ପିଲାଙ୍କୁ ପଢ଼ାଏ

ଶିଖାଏ ମୁଁ ଭଲକଥା ,

ସମ୍ୟକ ଭାବରେ ସୂଚିତ କରିଲି

ମୋର କିଛି ଅଭିଜ୍ଞତା



Rate this content
Log in

Similar oriya poem from Inspirational