ସାଜସଜ୍ଜା ନେଇ ଆସେ ମକର
ସାଜସଜ୍ଜା ନେଇ ଆସେ ମକର
ଗ୍ରାମରୁ ସହର ଦେଖ ପ୍ରକୃତିର
ମନଛୁଆଁ ପରିବେଶ
କୁହୁଡି କାକର ଘେରା ଥଣ୍ଡା ପାଗ
ଶୀତ ସକାଳର ହସ ll
ବଉଳ ଆମ୍ବ ର ସଜ୍ଜିତ ଶୋଭାର
ମହକେ ଦୁନିଆଁ ସାରା
ମଣ୍ଡା ଗେଣ୍ଡୁ ଫୁଲେ କୁସୁମର ମାଳେ
ମକର ସ୍ଵାଗତେ ଧରା ll
ମକର ମାସରେ ଦିନ ଯେ ବକର
ବଢ଼ି ଚାଲେ ରବି ତାପ
ହୁଏ ଶୁଭାରମ୍ଭ ଶୁଭାଶୁଭ କର୍ମ
ପୁଣ୍ୟ ପାଇଁ କରୁ ତପ ll
ବୁଡ଼ ତୀର୍ଥ ସ୍ଥାନେ ମେଳା ନାନା ସ୍ଥାନେ
ମହୋତ୍ସବ ସଂକୀର୍ତ୍ତନ
ସ୍ଵାଗତେ ବରଦା ଧରିତ୍ରୀର ମାତା
ନାନା ରଙ୍ଗେ ଅବତ୍ତୀର୍ଣ୍ଣ ll
ଅମଳ ଋତୁରେ କୃଷକ ଖୁସିରେ
ସମର୍ପେ ନିଜର ଧନ
କରେ ପୂଜାର୍ଚ୍ଚନ ଈଶ୍ୱର ଦର୍ଶନ
ମକର ଚାଉଳେ ଜାଣ ll
ଭାତୃତ୍ୱର ଭାବ ମକରର ପର୍ବ
ସଭିଙ୍କର ଜିଣେ ମନ
ଆନନ୍ଦ ବିଭୋର ତରୁ ଲତା ନର
ବସନ୍ତର ଆଗମନ ll
