STORYMIRROR

Prashanta Padhan

Romance

4  

Prashanta Padhan

Romance

ସାଜିଲ ମନ ମୟୂରୀ

ସାଜିଲ ମନ ମୟୂରୀ

1 min
187

ସତେକି  ମିଳିଲା ଇନ୍ଦ୍ରର  ଆସନ

ସ୍ୱର୍ଗସୁଖ ହେଲା ପ୍ରାପ୍ତି

କେଉଁ ଜନମର ପୁଣ୍ୟଫଳ ବୋଧେ

ଅପେକ୍ଷାର ହେଲା ଇତି ।।

ବିନ୍ଧାଣିର ତୁମେ ନିଆରା ସୃଷ୍ଟି ଗୋ

ସାଜିଲ ମନ ମୟୂରୀ

ଲାଜିତ ବଦନେ ମୃଦୁହସ ତୁମ

ହୃଦୟ କରିଲା ଚୋରୀ ।।

ନବ ପଲ୍ଲବିତ ତରୁଟିଏ ତୁମେ

ଏ ଦେହ ମରୁଭୂମିରେ

ଜୀବନ ସଙ୍ଗିନୀ ରୂପେ ଆସି ତୁମେ

ବାନ୍ଧିଦେଲ ବନ୍ଧନରେ ।।

ତାରାଫୁଲ ଆଣି ଉପହାର ଦେବି

ଗଜରା କରିବ ତୁମେ

ସୁନେଲି ଆଭାକୁ  ସିନ୍ଦୂର କରିବ

ଝଲସିବ ମିଠାପ୍ରେମେ ।।

ସବୁରାତି ହେବ ମଧୁଚନ୍ଦ୍ରିକା ଗୋ

ମହକିବ ମଲ୍ଲୀବାସ

ନିରେଖି ନିରେଖି ଦେଖି ମୁଁ ତୁମକୁ

ସରିଯିବ ଏ ବୟସ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance