STORYMIRROR

Debadatta Jena

Romance

3  

Debadatta Jena

Romance

ସାଜ..

ସାଜ..

1 min
190

ଋତୁ ରାଣୀ..

ତୁ ମେଘ ମୁଁ ବରଷା ବିନ୍ଦୁ,

ମେଘ ହୋଇ ଆସ 

ଏ ନିଝୁମ ଆକାଶେ 

ସାଜ,ସାତରଙ୍ଗୀ ଇନ୍ଦ୍ରଧନୁ..!

ହସ ମୁଖୀ..

ତୁ ପୂର୍ଣ୍ଣ ମୁଁ ଅପୂର୍ଣ୍ଣ ସିନ୍ଧୁ,

ଶୂନ୍ୟ ମୋ ଆକାଶ 

ନୀରବ,ନିଃଶ୍ଚଳ,

ସାଜ,ପୁନେଇଁ ଜହ୍ନର ଇନ୍ଦୁ..!

ଫୁଲମତୀ..

ତୁ ଫୁଲ ମୁଁ ଫୁଲ ରେଣୁ,

ତୁ ସୂର୍ଯ୍ୟ ମୁଖୀ 

ଏଇ ଅରୁଣିମାଞ୍ଚଳେ 

ମୁଁ ଅସ୍ତାଚଳ ଚନ୍ଦ୍ର ଭାନୁ..!

ଚନ୍ଦ୍ର ମୁଖୀ..

ତୁ ଚନ୍ଦ୍ର ମୁଁ ଚନ୍ଦ୍ର ମଉଳି,

ତୋ ରୂପ ଚାନ୍ଦିନୀ,

ମୁଁ ଅସ୍ତରାଗ ମଣି 

ସାଜ,ରଂଗ ତୁ ବାରମାସୀ..!

ରଂଗ ବାସନ୍ତୀ..

ମୋ ଦେହେ ଅବିର 

ତୋ ଦେହେ ଫୁଆର 

ଫେରୁ ରଂଗ ବସଂତ,

ସାଜ,ରଂଗ ଫଗୁଣର ହୋଲି..!

@ଇନ୍ଦ୍ରଧନୁର ରଂଗ..🌷



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance