STORYMIRROR

ZYOTSNA PATRAW

Inspirational

3  

ZYOTSNA PATRAW

Inspirational

ସାଇତି ଦେ ସତ ଛବି

ସାଇତି ଦେ ସତ ଛବି

1 min
141

 ଆଣିଛି ମୁଁ ତତେ ଇଣ୍ଡିଆ ବୁଲେଇ

ଦେଖାଇବି ମୋର ଦେଶ

ଆମରି ଦେଶର ଚାଲି ଓ ଚଳଣି

ଦୁଃଖି ଗରିବର ବେଶ।


ଦେଖାଇବି ତୋତେ ଗରିବୀର ଚିତ୍ର

କେତେ କେତେ ଶୁଷ୍କ କ୍ଷେତ

କେମିତି ଏ ଦେଶେ ଚାଷି ର ଅବସ୍ଥା

ମରେ ପୁଣି ପିଇ ବିଷ।


ଦେଖାଇବି ତୋତେ ଓଢଣାର ତଳେ

ନୂଆ ବୋହୂ ନୂଆ ବେଶ

କେମିତି ମୋ ଦେଶେ ଅବଳା କନିଆଁ

ସହେ ଅତ୍ୟାଚାର ରୋଷ।


ଦେଖାଇବ ତୋତେ ସରକାରୀ ସେବା

ଛଳନା ଲାଞ୍ଛନା ଯେତେ

କେମିତି ଚାଲିଛି ଶାସନ ବ୍ୟବସ୍ତା

ଲୁଟେ କିଏ କେଉଁ ମତେ।


ଦେଶେଷୁ ଭାରତ ଶ୍ରେଷ୍ଠ ଅଟେ ବୋଲି 

ଶୁଭୁଛି ଡିଡିମ୍ବ ଏଠି

ବିଦେଶିନୀ ତୋର କ୍ୟାମେରା ମୁନରେ

ସାଇତି ଦେ ସତ ଛବି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational