STORYMIRROR

Nirupama Naik

Inspirational

4  

Nirupama Naik

Inspirational

ସାହସୀ ମା

ସାହସୀ ମା

2 mins
319

ନାରୀ ଶକ୍ତି ଓ ସାହସ ର ଆମର ଗାଥା

ଆସ ଶୁଣିବା ଏମିତି ଏକ ନାରୀ ର କଥା

ପିଲାବେଳେ ଥିଲା ଅଲିଅଳି ଝିଅ

ପାଦ ରେ ନ ଲାଗେ ଧୂଳି

କୁଆଁରୀ ବୟଷେ ହସ୍ତ ଗଣ୍ଠି ଯୋଗେ

ସ୍ୱାମୀ ସାଥେ ଗଲା ଚାଲି

ସୁଖ ଦୁଃଖ ମିଶା ଜୀବନେ ତାହାର

କିଛି ନ ଥିଲା ଅଭାବ

ସ୍ୱାମୀ ସାଥେ ସାଥି ହୋଇଣ ଚଳିଲା

ଦୃଢ଼ ଥିଲା ତା ସ୍ଵଭାଵ

ପୃଭୁ ଆଶିଷ ରୁ କୋଳରେ ତାହାର

ତିନି ଛୁଆ ଖେଳୁଥିଲେ

ଦୁର୍ଭାଗ୍ୟ ର କାଳ ମାଡି ଆସିଥିଲା

ସ୍ୱାମୀ ଅସୁସ୍ଥ ହୋଇଲେ

ଦମ୍ଭ କରି ଛାତି ହାର ମାନି ଲାନି

ସଂସାର ଚଳାଉଥିଲା

ତିନି ଛୁଆ ସଂଗେ ଅତି ନିଷ୍ଠା ରେ ସେ

ସ୍ୱାମୀ ସେବା କରୁଥିଲା

ଭାଗ୍ୟ ଯେ କାହାକୁ କି ଦୁଃଖ ଦେଇଛି?

କେହି ନ ପାରଇ ଜାଣି

ମୁକୁଳା ହାତ ରୁ ଶୂନ୍ୟ ମଥା ଆଜି

କହେ ତା ଦୁଃଖ କାହାଣୀ

ଦିନେ ତାର ସ୍ୱାମୀ ଛାଡି ଚାଲିଗଲେ

ଏକୁଟିଆ ସେ ପାରି କି

ତିନି ଛୁଆ ସାଥେ ରହିଗଲା ପଛେ

ସାହସ ହାତେ ଧରିକି

 ଭାବି ଦେଖ ଥରେ ଯାର ନାହୁଁ ସ୍ୱାମୀ,

ଭାଇ କି ଯୁବକ ପୁଅ

ସେ ନାରୀ କିଭଳି ପାରି କରିଥିବ

ଦାରୁଣ ଦୁଃଖ ର ସୁଅ

ଅତି କଷ୍ଟ ରେ ତା ତିନି ଛୁଆ କୁ ସେ

ସମାଜ ରେ ଚଳାଇଲା

କେବେ ଅଭାବ ର ଭାବ ଦେବ ନାହିଁ

ବୋଲି ମନ ବଳାଇଲା

ନିଜେ ସାଜିଲା ସେ ବାପା ଛୁଆ ପାଇଁ

ଭାଇ ସାଜି ରକ୍ଷା କଲା

ଦୁଇ ଝିଅ ହାତେ ହସ୍ତ ଗଣ୍ଠି ଦେଇ

ପର ଘର ବିଦାକଲା

ଛାଡି ଯାଇଥିଲେ ସ୍ୱାମୀ ଯାହା ଅର୍ଥ

ତାକୁ କାମରେ ଲଗାଇ

ନିଜେ କଷ୍ଟ ପଡ଼ି ଦୁଇ ପଇସା କୁ

ରଖିଥିଲା ସେ ସଜାଇ

ପୁଅ କୁ ସାକ୍ଷର କରିବା ଲାଗି ସେ

ମନ ପ୍ରାଣ ବଳାଇଲା

ମା' ହୋଇ କିନ୍ତୁ ବାପା ସାଜିଲା ସେ

ସବୁ ଭାର ଉଠାଇଲା

ଆଜି ବ ତାହାର ଛାତିରେ ଲୁଚିଛି

ବିଗତ ଅତୀତ ଦୁଃଖ

କିନ୍ତୁ ଭୁଲିଯାଏ ଯେବେ ଆଖି ତାର

ସନ୍ତାନ ମାନଙ୍କ ମୁଖ

ଡରୁଥିଲେ ଦିନେ କାଵଟ ଖୋଲିଲେ

ସାହୁକାର ଛିଡା ଥିବ

ଧାର କରଜ ର ଧନ ରାଶି ପୁଣି

ଆଜି ବ ମତେ ମାଗିବ

ଆଜି କିନ୍ତୁ ସେ ନିର୍ଭୟରେ ବସେ

ଦାଣ୍ଡ ରେ ଚଉକି ଟାଣି

ସାହି ପଡିସା ର ପୁରୁଣା ଜନ ଯେ

ତା କଥା କୁହନ୍ତି ବଖାଣି

ଶିକ୍ଷିତ ନାରୀ ହିଁ ସାହସିକ ବୋଲି

ଧାରଣା ଭ୍ରମ ସାଜିଲା

ଧର୍ଯ୍ୟ ଓ ସାହସ ଅଛି ଜ ପାଖେ ତା

ନାମ ର କୀର୍ତି ବାଜିଲା

ସେମିତି ନାରୀ ହିଁ ପ୍ରକୃତ ସାହସ

ଓ ଶକ୍ତି ର ପ୍ରତୀକ

ସଂଘର୍ଷ କରି ଯେ ସାବ୍ୟସ୍ତ ହୋଇଛି

ପ୍ରକୃତ ଜୀବନ ପଥିକ......।


Rate this content
Log in

Similar oriya poem from Inspirational