STORYMIRROR

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Classics

3  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Classics

ସାହିତ୍ୟର ସତ୍ତା

ସାହିତ୍ୟର ସତ୍ତା

1 min
393

ସଦ୍ଭାବ ଆଦୃତ ହିତରେ ଇତର

ତଥ୍ୟରେ ଯାହା ଅଙ୍କିତ,

ସଭ୍ୟ ସମାଜର ଭବ୍ଯ ରେ ବିଦିତ

ତତ୍ତ୍ଵ ରଚିତ ସାହିତ୍ୟ


ସଂସ୍କାର ଆଚାର ହାସ୍ୟ ଇତିହାସ

ତର୍ଜମା ଯୁକ୍ତିକ ଅଙ୍କା

ତାହା ସମାଜରେ ସବୁରି ଆଗରେ

ସତ ସାହିତ୍ୟରେ ଲେଖା


ସଂଙ୍କେତ ଆବୃତ ହାସ୍ୟ ଇଙ୍ଗିତ ଓ

ତର୍କ ଯତିପାତ ଅଜ୍ଞ,

ବିଧିରେ ବିବେକ ବିଚିତ୍ର ବର୍ଣ୍ଣାଳୀ

ବୋଲାଏ ସାହିତ୍ୟେ ବିଜ୍ଞ


ଶୂନ୍ଯେ ଆଲିଙ୍ଗନ ହୃଦ୍ବୋଧ ଇପ୍ସିତ

ତୃଷ୍ଣାର ଯେଉଁ ଅରୁଚି,

ସବୁଜିମା ସୃଷ୍ଟି ମଧୁଭରା ବୃଷ୍ଟି

ସାହିତ୍ୟ ଭିତରେ ଅଛି


ଶତ ସାହିତ୍ୟିକ ସାଦୃତେ ବିଦ୍ରୋହ

ଶୂନ୍ଯ ଭିନ୍ନ ଶବ୍ଦେ ମୋହ,

ସେଥିଲାଗି ଆଜି ସାହିତ୍ୟ ଆଖିରୁ

ଅବିରତେ ବହେ ଲୁହ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics