STORYMIRROR

Debabrata Barik Debunu

Drama Thriller

3  

Debabrata Barik Debunu

Drama Thriller

ସାହାଯ୍ଯ ପାଇଁ କଣ ଫଟୋ ଲୋଡ଼ା

ସାହାଯ୍ଯ ପାଇଁ କଣ ଫଟୋ ଲୋଡ଼ା

1 min
178


କରୋନା ଆଜି

ସାରା ବିଶ୍ୱରେ

ଖେଳାଇ ଚାଲିଛି ଭୟ।୧।


ପୋଷଣ ନାଆ ରେ

ହୁଏ ଶୋଷଣ 

କିଏ ବା ଦେଖିବ କୁହ।୨।


ଗରିବ ପାଇଁ

କେହି ବି ନାହିଁ

ଭୋକ ଉପାସେ ରହେ ।୩।


ଚାଷୀ ଭାଇ ର

ଆଖୁରୁ ଲୁହ

ଦେଖିଲେ ସହି ନ ହୁଏ ।୪।


ଜଳଇ ଘିଅ

ଜଳେ ସଳିତା

ଅନ୍ଧାର ଯିବ ଦୁରେଇ ।୫।


ମଣିଷ ଏଠି

ପଶୁ ସାଜନ୍ତି

ଟଙ୍କା ପଇସା ପାଇଁ।୬।


ବଡ ଲୋକର

ଛୋଟ କଥା ରେ

ସାହାଯ୍ୟ ସହଯୋଗ।୭।


ଗରିବ ଆଜି

କାନ୍ଦୁଛି ଖାଲି

ନାହିଁ କିଛି ସହଯୋଗ।୮।


କହନ୍ତି ଲୋକେ

ଜଳୁଛି ଦୀପ

ଆଲୋକ ହେବା ପାଇଁ।୯।


ସାହାଯ୍ଯ କଲେ

ଫଟୋ ଉଠିବ

ଏ କେମିତି ନିୟମ ଭାଇ।୧୦।


ଅକ୍ଷମ ହେଲେ

ଭର୍ସନ କରି

ଯେଝା ବାଟେ ଯିବେ ଚାଲି।୧୧।


ଗରିବ ପାଇଁ

ଗରିବୀ ଭଲ

ସାହାଯ୍ୟ ଲୋଡ଼ା ନାହିଁ।୧୨।


ସ୍ୱାର୍ଥପର ଏ

ଦୁନିଆ ସିନା

ସ୍ଵାର୍ଥର ବଶ ସଭିଏଁ।୧୩।


ସାହାଯ୍ୟ କଲେ

ପୂଣ୍ୟ ଅର୍ଜନ

ଫଟୋ ପ୍ରଦର୍ଶନୀ କରାଏ।୧୪।


ସାହାଯ୍ୟ ର ହାତ

ବୁଲୁଛି ସବୁଠି

ଫେସବୁକ୍ ହ୍ଵାଟ୍ସାପ୍ ଖୋଲିଲେ।୧୫।


କି କହିବି ଆଉ

ଦୁନିଆ ର କଥା

ସମସ୍ତେ ଗୋଟିଏ ମଞ୍ଚରେ।୧୬।


ମନରେ ଛନ୍ଦ

କପଟ ଭରା

ମୁହଁରେ ହସ ଥାଏରେ।୧୭।


କାହାକୁ ଏଠି

କଣ, କହିବ

ନିଜ ପରିଚୟ ଗରିବ ସାଥିରେ।୧୮।




Rate this content
Log in

Similar oriya poem from Drama