STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ସାହାସ ହରାନ୍ତୁ ନାହିଁ

ସାହାସ ହରାନ୍ତୁ ନାହିଁ

1 min
335


ଅନ୍ୟର ଛିଦ୍ରକୁ ଦେଖିବା ପୂର୍ବରୁ

  ଛିଦ୍ର ତହିଁ ଦେଖ ନିଜ,

ଅନ୍ୟର ମନ୍ଦକୁ କହିବା ଆଗରୁ

  ମନ୍ଦ ଦେଖ ଭାଇ ନିଜ।


ପର ନିନ୍ଦା ପାଇଁ ବ୍ୟତୀତ ସମୟ

  ବୃଥା ହୁଏ ସେହୁ ସବୁ,

ଆଗେ କର ଭାଇ ଆତ୍ମା ଯାଞ୍ଚ ନିଜେ

  ଘୃଣା ଅହଂକାର ସବୁ।


ସତ୍ୟ ଧର୍ମ ତ୍ୟାଗ କଲେ ଜପମାଳି

  ପରମାନନ୍ଦଙ୍କ ପ୍ରାପ୍ତି,

ସଂସାର ପ୍ରାପ୍ତିର ଇଚ୍ଛା ନକରିଣ

  କର କିଛି ନିଜେ ପ୍ରାପ୍ତି।


ରଖ ସମଭାବ ମାନବ କଲ୍ୟାଣେ

  ରଖ ରାଷ୍ଟ୍ର ପ୍ରତି ଭକ୍ତି,

ପ୍ରେମ ଭକ୍ତି ଶ୍ରଦ୍ଧା ରଖ କର୍ମପଥେ

  ବ୍ରହ୍ମାଣ୍ଡ ଠାକୁରେ ଭକ୍ତି।


ବିଶ୍ବ ବିଜୟର ସ୍ବପ୍ନ ପୁରା ହେବ

  ହେବୁରେ ଦିଗ୍ ବିଜୟୀ,

ଇନ୍ଦ୍ରିୟଗୁଡିକୁ ସଂଯମ ରଖିଲେ

  ତେବେହିଁ ହେବୁ ବିଜୟୀ ।


ନଥିବ ବିରୋଧ ନିସ୍ବାର୍ଥ କାର୍ଯ୍ୟରେ

  ସବୁ ହେବେ ଅନୁଯାୟୀ,

ତୋହର ବଚନ ପାଳନ କରିବେ

  ସଦା ହେବୁରେ ବିଜୟୀ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract