ସାହା
ସାହା
ଆଖିର ଲୁହ ପୋଛିଲାବେଳକୁ
ଆହା କହିବାକୁ
ଝୁଣ୍ଟି ପଡିଲା ବେଳକୁ
ହାତ ଧରି ରାହା ଦେଖାଇବାକୁ
ଯୋଉ ମଣିଷଟି ପାଖରେ ଥାଏ
ତା ଠାରୁ ବଡ଼ କିଏ ?
ଭିଡ଼ ଭିତରେ ହଜିଥିବା
କୁନି ପିଲାକୁ ଆଉଁସି ଦେଇ
ଆଶ୍ୱାସନା ଭରୁଥିବା
ଗୋଟେ ଦୁର୍ଘଟଣା ପରେ
କେବେ କ୍ଷତକୁ ଚାପିଧରି
ଷ୍ଟ୍ରେଚରରେ ରଖୁଥିବା
କେବେ ବେନାମୀ ଶବକୁ
ନିଜର କରି ସାଇତି ରଖୁଥିବା
କ୍ୟାମେରା ସାମ୍ନାରେ
କେବେ ଠିଆ ହୋଇ ନ ଥିବା
ସେଇ ମଣିଷ ଠାରୁ ବଡ଼ କିଏ ?
ସଂସାରର ସବୁ ପୀଡ଼ାକୁ
ଅମୃତ ପରି ପିଇ ଦେବାକୁ ଚାହୁଁଥିବା
ଖୁସି ଟିକେ ମିଳିଲା ତ
ସମସ୍ତଙ୍କୁ ବାଣ୍ଟି ଦେଉଥିବା
ସେଇ ମଣିଷ ଠାରୁ ବଡ କିଏ?
