ସ୍ଵାଗତ ନୂଆ ବର୍ଷ
ସ୍ଵାଗତ ନୂଆ ବର୍ଷ
ତାରିଖ ଏକ ମାସ ବି ଏକ ବରଷ ଦୁଇ ଦୁଇ
ନୂଆ ବରଷ ଆଣ ହରଷ ସାରା ଜଗତ ପାଇଁ !
ଏକୋଇଶିରେ ସାରା ଜନତା ଭୋଗିଛି ବହୁ କଷ୍ଟ
ଶୀତ ଦିନରେ ବରଷା ହୋଇ ଫସଲ କଲା ନଷ୍ଟ !
ପାଞ୍ଚ ପାଞ୍ଚଟା ବାତ୍ୟା ଆସିକି ସଡ଼କ କଲା ନଈ
କରୋନା ରୋଗ ଘାଇଲା କଲା ନ ହେଲା ଆସିଯାଇ !
ବରଷ ସାରା ଇସ୍କୁଲ ଛୁଟି ପିଲାଙ୍କୁ ଯିବା ମନା
ମୋବାଇଲରେ ପାଠ ପଢିକି ପାଶ ପରୀକ୍ଷା ବିନା !
କାମ ନ କରି ଦରମା ନେଲେ ଅଫିସ ହେଲା ଛୁଟି
ସେଲୁନ ଯେଣୁ ଖୋଲିଲା ନାହିଁ ବଢିଲା ଦାଢ଼ି ଚୁଟି !
ଜିନିଷ ପତ୍ର ମହଙ୍ଗା ହେଲା ପେଟ୍ରୋଲ ହେଲା ଚଢା
ପଦାକୁ ଯିବା ବାରଣ ହେଲା ନିୟମ ହେଲା କଡା !
ଦେବ ମନ୍ଦିର ପଡିଲା ତାଲା ଦିଅଁ ନ ହେଲେ ପୂଜା
ବିନା ଲୋକରେ ବିବାହ ହେଲା ନ ବାଜି ଡିଜେ ବାଜା !
ସାନିଟାଇଜର ସାବୁନ ଘଷି ହାତରୁ ଛାଡେ ଚୋପା
ପୋଲିସ ମାଡ଼େ ଘାଇଲା ଲୋକ ମଉସା ଡ଼ାକେ ବୋପା !
ଏତେ ଦୁଃଖରେ କାଟିଲୁ କାଳ ବିଗତ ବର୍ଷ ଯାକ
ନୂଆ ବରଷ ଆସିଲେ ତୁମେ ହରଷ ହେବେ ଲୋକ !
ହଟେଇ ଦିଅ ରୋଗର ଦାଉ ଆନନ୍ଦ ଦିଅ ଭରି
ତୁମ ବାଟକୁ ଅନେଇ ଅଛୁ ସ୍ୱାଗତ ପୁଷ୍ପ ଧରି !
ଲୋକ କହନ୍ତି ବାଇଶି ଅଟେ ଏକ ଅଶୁଭ ସଂଖ୍ୟା
ତୁମେ କରିବ ଏମିତି କାମ ହଟିବ ତାଙ୍କ' ଶଙ୍କା !

