Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Inspirational

4  

Jagannath Barik

Inspirational

ସ୍ଵାଗତ ବିଂଶ ଦ୍ଵାବିଂଶ

ସ୍ଵାଗତ ବିଂଶ ଦ୍ଵାବିଂଶ

1 min
348


ସ୍ଵାଗତ ସ୍ଵାଗତ ବିଂଶ ଦ୍ଵାବିଂଶ 

ହେ ନବ ବରଷ ହଟା କିଳବିଷ |


ପ୍ରାଣେ ପ୍ରାଣେ ଭରିଦିଅ ପୁଲକ

ଦୂର କର କରୋନାର ଆତଙ୍କ |


ମଙ୍ଗଳ ଭବନ କର ଭୁବନ

ଉଡ଼ୁ ବିଶ୍ୱେ ଶାନ୍ତି ମୈତ୍ରୀ କେତନ |


ଆଶା ଭରସାର ହୁଅ ପ୍ରତୀକ

ହୃଦେ ହୃଦେ ବହୁ ଭାବ ସାତ୍ତ୍ଵିକ |


ବଦଳୁଛି ଦିନ ମାସ ବରଷ

ବଦଳୁନି କିନ୍ତୁ ଜନ ମାନସ |


ଲୋଭ ସ୍ୱାର୍ଥ ଈର୍ଷା କରିଛି ବସା

ଅର୍ଥ ପଛେ ଧାଇଁ ଉଡ଼ୁଛି ହଂସା |


ହରାଇ ଦେଲାଣି ମାନବିକତା

ସତ୍ୟ ଶାନ୍ତି ଦୟା କ୍ଷମା କ୍ଷମତା ।


ଅନ୍ୟାୟ ଅନୀତି ଶାଠ୍ୟ ଆଚରି

ଛଳ କୃତ୍ରିମତା ନେଇଛି ବରି |


ବର୍ଷ ବଦଳିଲେ କି ଲାଭ ତହିଁ

ନିଜର ଚରିତ୍ର ସୁଧାର ରହି |


କର୍ମେନ୍ଦ୍ରିୟ ଜ୍ଞାନେନ୍ଦ୍ରିୟକୁ ଧରି

ସତ ପଥେ ଯାଅ କରମ କରି |


ପରୋପକାର ପୁଣ୍ୟମୟ ବ୍ରତ

ପର ପୀଡ଼ନକୁ ତେଜ ନିରତ |


ପରିବେଶ କର ସୁସ୍ଥ ସୁନ୍ଦର

ଚାରି ପୁରୁଷାର୍ଥ ଅର୍ଜନ କର |


କର୍ମର ସଦା କର ଜୟଗାନ

ସୃଷ୍ଟି ହେବ ସୁଧାମୟ ନିଧାନ |


ସମୟ ସୁଯୋଗ ନେଇ ଆସଇ

ଉପଯୋଗେ ତାର ମୂଲ୍ୟ ବଢ଼ଇ |


କର ସମୟର ସଦୁପଯୋଗ

ନୂଆ ବର୍ଷ ହେଉ ସୁଉପଭୋଗ୍ୟ |


ସୃଷ୍ଟି ଶ୍ରେଷ୍ଠ ଜୀବ ନିଜେ ବଦଳ

ଝରାଅ ସ୍ୱର୍ଗୀୟ ପ୍ରୀତି ନିର୍ଝର |


Rate this content
Log in

Similar oriya poem from Inspirational