STORYMIRROR

Banalaxmi Mohanty

Abstract

3  

Banalaxmi Mohanty

Abstract

ସାଗର

ସାଗର

1 min
154


ନୀଳ ସାଗରକୁ ଆଖି ପାଏନାହିଁ

   ଆକାଶକୁ ସତେ ଛୁଏଁ 

ଲହରୀ ମାଳ ତା ଅତି ମନୋରମ

   ଦର୍ଶକ ମନକୁ ମୋହେ।। 


ବିଶାଳ ସାଗରେ କେତେ ଜଳଜୀବ

    ଆନନ୍ଦେ କରନ୍ତି ବାସ

କେତେଯେ ତଟିନୀ ଆବେଗେଧାଆନ୍ତି

   ପାଇବାକୁ ତା, ପରଶ।। 


ଲହଡି ମାଳ ତା,ବେଳାଭୂଇଁ ଛୁଇଁ 

   ପାଦ ଦିଏ ତାର ଧୋଇ

ସାଗର ଗର୍ଭକୁ ଯାହା ନେଇଥାଏ

   ପୁନଶ୍ଚ ଦିଏ ଫେରାଇ।। 


ସାଗରେ ଭରିଛି ଅମୂଲ୍ୟ ରତନ

    ତେଣୁ ନାମ ରତ୍ନାକର 

ତା,ଗରଭୁ ମାଛ ଧରିଣ ଧୀବର

   କୁଟୁମ୍ବ ପୋଷଇ ତାର।। 


ସାଗର ଗରଭୁ ମିଳଇ ଶାମୁକା

   ଶାମୁକା ଗରଭୁ ମୋତି

ସବୁ ଆବିଳତା ଧୋଇଣ ସାଗର

   ପ୍ରକାଶଇ ତାର ଜ୍ୟୋତି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract