STORYMIRROR

Kalandi pal

Inspirational

3  

Kalandi pal

Inspirational

ସାଗର ତଟର ଧାମ

ସାଗର ତଟର ଧାମ

1 min
207


 ସାଗର ତଟର ଧାମ, ନାହିଁ ସେଠି ରାତି ଦିନ.

ସେ ଧାମ ଅଟଇ ଚାରି ଧାମେ ଶ୍ରେଷ୍ଠ.

       ଜଗନ୍ନାଥ ଧାମ ନାମ......

ସେଠାରେ ବଡ ଦେଉଳ, ତା ମଧ୍ୟେ ବଡଠାକୁର.

ସତେ ତାର ଦେହେ ବିଜୁଳି ଚମକେ.

      ଆଶିଷର ଗନ୍ତାଘର.

ସେହି ଆଶିଷକୁ ପାଇଗଲେ ଥରେ

ଜୀବନକୁ ସିଏ କିଣି ନିଏ ପରେ

     ବୈକୁଣ୍ଠେ ମିଳଇ ସ୍ଥାନ. l1l


ସେ ଧମକୁ ଥରେ ଯିବି, ଜଗାକୁ ଥରେ ଦେଖିବି.

ଜଗାର ଆଶିଷ ଲାଭ କରି ମୁହିଁ

      ତା ନାମ ନିତି ଗାଇବି......

ଅରୁଣ, ଗରୁଡ଼, ଖୁମ୍ବ କୁଣ୍ଢାଇ କରିବି ଭାବ.

ଶୟନେ, ସପନେ ତା ରୂପ ଦର୍ଶନେ

    ଲଭିବି ତା ପରାଭବ.

ତାର ପରାଭବ ପାଇଗଲେ ଥରେ

ବଇକୁଣ୍ଠ ପୁରେ ବାସ ହୁଏ ଭଲେ.

     ପାଇବି ଏଠୁ ନିର୍ବାଣ. l2l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational