STORYMIRROR

Sukadev Mahanta

Inspirational

4  

Sukadev Mahanta

Inspirational

ସାଗର ଠାରୁ ଶିକ୍ଷା

ସାଗର ଠାରୁ ଶିକ୍ଷା

1 min
240

ହେ ସାଗର!

କହ ତୁ କେମିତି 

ସଂସାରର ସବୁ ଆବର୍ଜନା 

ନିଜ ଦେହେ ଲୀନ କରୁ ନିତି? 

ସଂସାରର ସବୁ ଦୁଃଖ 

ନିଜ ହୃଦେ ରଖି

ନିଜ ମଥା ପିଟିଚାଲୁ ନିତି?

କଅଁଳା ଶିଶୁଟି ତାର ମାତା ଦେହେ

ଝାଡା ପରିସ୍ରାଦି କରଇ ଯେମିତି,

ପୃଥିବୀର ଆବର୍ଜନା ଯେତେ 

ତୋର ଦେହେ ପଡଇ ସେମିତି ||

ବିନା ଦ୍ବିଧା ବିନା ପ୍ରତିବାଦେ

ସବୁ କିଛି ସହୁଛୁ ଯେମିତି, 

ଦେ ମୋତେ ଏହି ପ୍ରଶିକ୍ଷଣ 

ସଂସାରରେ ସବୁ ନିନ୍ଦା ଅପବାଦ 

ଅକ୍ଳେଶରେ ସହିବି ଯେମିତି||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational