STORYMIRROR

Kalandi pal

Inspirational

3  

Kalandi pal

Inspirational

ସାଗର ଢେଉରେ

ସାଗର ଢେଉରେ

1 min
202


ସାଗର ଢେଉରେ କେତେ କେତେ ଚିଜ

     ସବୁ ଚିଜ ନୁହେଁ ମୋତି.

ଜଗତ ସ୍ରୋତରେ କେତେ କେତେ ଜୀବ

     ସଭିଏଁ ନ ପାନ୍ତି ମୁକ୍ତି.

ପ୍ରଭୁ, ସେଥିପାଇଁ ତୁମ କ୍ଷ୍ୟାତି. l0l


ସବୁଠାରୁ ଶ୍ରେଷ୍ଠ, ସବୁଠୁଁ କର୍ମଠ

     ତୁମେ ସ୍ୱୟଂ ପରମ ବ୍ରହ୍ମ.

ଧର୍ମ ଅଧର୍ମର  ପଶା  ବିଛାଇଛ

     ଜଗତେ ଦେଇ ଜନମ.

ଜୀବନେ ପାଥେୟ ଯେଉଁ ପଶା ହୁଏ

     ସେ ଲଭେ ତାହାର ଗତି.l1l


ଖଞ୍ଜି ପାଞ୍ଚ ମନ ହେ ଦିବ୍ୟ ଲୋଚନ

     ଖଞ୍ଜ ପଚିଶ ପକୃତି.

ବଶିଭୂତ ହେଲେ ଏ ପକୃତି ଠାରେ

     କେବେ ନ ମିଳେ ମୁକତି.

ଶ୍ରେଷ୍ଠ ତୁମ ନାମ ଶ୍ରେଷ୍ଠ ଦରଶନ

      ଜୀବନର ଶ୍ରେଷ୍ଠ ଗତି. l2l



Rate this content
Log in

Similar oriya poem from Inspirational