ସାଗର ବେଳାରେ
ସାଗର ବେଳାରେ
ସାଙ୍ଗସାଥୀ ମିଶି ଖେଳୁଛନ୍ତି ହସି
ତୋଳି ନିଜ ବାଲିଘର
ସମୟ ବଦଳେ ସ୍ଥିତି ବି ବଦଳେ
ହୃଦେ ରହେ ସ୍ମୃତି ଗାର
ସାଗର ବେଳାରେ ସପନ ଭେଳାରେ
ଆନନ୍ଦେ ସରବେ ବସି
ପଇଡର ଜଳ ମନେ ଦିଏ ବଳ
ନିଦାଘ ଜ୍ବାଳାକୁ ନାଶି
ମୃଦୁ ସମୀରଣ ପୁଲକ ପରାଣ
ପିଲାଦିନ ଗଳା ହାର
ଆଇସକ୍ରିମ ର ଶୀତଳ ପରଶ
ଓଠ ଧାରେ ମଧୁ ଝର
ଖଟା ମିଠା ସ୍ମୃତି ଜୀବନର ଗତି
କିଏ ନିଜ କିଏ ପର
ଦିନ ଚାଲିଗଲେ ଆଉତ ନଫେରେ
ଝୁରିବାଟା ଯାହା ସାର
