STORYMIRROR

Anam Charan Sahoo

Abstract

2  

Anam Charan Sahoo

Abstract

ସାଗର ବେଳାରେ

ସାଗର ବେଳାରେ

1 min
156

ସାଙ୍ଗସାଥୀ ମିଶି ଖେଳୁଛନ୍ତି ହସି

ତୋଳି ନିଜ ବାଲିଘର

ସମୟ ବଦଳେ ସ୍ଥିତି ବି ବଦଳେ

ହୃଦେ ରହେ ସ୍ମୃତି ଗାର


ସାଗର ବେଳାରେ ସପନ ଭେଳାରେ

ଆନନ୍ଦେ ସରବେ ବସି

ପଇଡର ଜଳ ମନେ ଦିଏ ବଳ

ନିଦାଘ ଜ୍ବାଳାକୁ ନାଶି

ମୃଦୁ ସମୀରଣ ପୁଲକ ପରାଣ

ପିଲାଦିନ ଗଳା ହାର


ଆଇସକ୍ରିମ ର ଶୀତଳ ପରଶ

ଓଠ ଧାରେ ମଧୁ ଝର

ଖଟା ମିଠା ସ୍ମୃତି ଜୀବନର ଗତି

କିଏ ନିଜ କିଏ ପର

ଦିନ ଚାଲିଗଲେ ଆଉତ ନଫେରେ

ଝୁରିବାଟା ଯାହା ସାର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract