STORYMIRROR

Kabiratna Nutan Kumar Behera

Abstract Action Inspirational

4  

Kabiratna Nutan Kumar Behera

Abstract Action Inspirational

ସାଗର ବେଳାରେ ଟିକି ଶାମୁକା ମୁଁ

ସାଗର ବେଳାରେ ଟିକି ଶାମୁକା ମୁଁ

1 min
21


ନିରନ୍ତର ଛୁଟି ଆସେ ଅସୁମାରୀ ଲହରୀ

ରୂପାନ୍ତରରେ ସେ ହୁଏ ପୁଣି ପ୍ରବଳ ଜୁଆର

ଭଟ୍ଟା ପାଲଟେ ବେଳାଭୂମି ଛୁଉଁ ଛୁଉଁ

ଅନନ୍ତ ସାଗର ଆଣିଦିଏ ଅସରନ୍ତି ଆବେଗ 

ମନରେ ଭିତରେ ହୁଏ ଆଶାର ସଞ୍ଚାର

ପ୍ରାଣକୁ ଛୁଇଁଯାଏ ତା' ପ୍ରେମର ମଧୁର ଭାବ

ଚେଇଁ ଉଠି ନବ ଚେତନାରେ କରେ ଉଁ

ସେ ସାଗର ବେଳାରେ ଟିକି ଶାମୁକା ମୁଁ

ଜାଣେନା ସାଗରର ସୀମା ସରହଦ

ମାପି ପାରେନା ତାର ହୃଦୟର ଗଭୀରତା

ପାଗଳ ପ୍ରେମୀ ସେ ତା' ଶବ୍ଦ ଶୁଭେ ହୁଉଁ...ଉଁ 

ଆକାରରେ ସେ ମୋ କଳ୍ପ କଳ୍ପନା ବାହାରେ

ଟିକି ଟିକି ଆଖି ମୋର ପାରେନା ଦେଖି

ମଜିଯାଏ ହଜିଯାଏ ମୁଁ ଅପଲକେ ଚାହୁଁ ଚାହୁଁ 

ତା' ସାଥେ ତୁଲ ହୁଅନ୍ତିନି କେହି ହେଲେ ବି ବଡ଼ 

ତାର ମହନୀୟତାରେ ସବୁ ହୁଅନ୍ତି ଲୀନ 

ମୁଁ ଯେ କ୍ଷୁଦ୍ର ନଗଣ୍ୟ ଦି ଆଙ୍ଗୁଳି ଶିଳା ପରି

ଭାବିଲେ ପ୍ରଶ୍ଵାସ ଅଟକିଯାଏ କାଶେ ଖୁଉଁ ଖୁଁ

ସାଗର ବେଳାରେ ଟିକି ଶାମୁକା ମୁଁ

ତଥାପି ଆଖିରେ ଆଖିଏ ସ୍ବପ୍ନ ଭରିଯାଏ

ମୋ ଗର୍ଭରେ ଗଢ଼ିବାକୁ ଚାହେଁ ମୁକୁତାଟିଏ

ସେ ଆହ୍ଵାନ ଦିଏ ରହେ ପ୍ରେରଣା ପାଉଁ ପାଉଁ 

ସାଗର ଯେ ରତ୍ନାକର ରତ୍ନର ଅନନ୍ତ ଭଣ୍ଡାର

ତା' ପ୍ରେମର ପରଶେ ରତ୍ନ ହିଁ ଝଲସେ 

ତାର ଉର୍ମି ପରି ନାଚେ ଆନନ୍ଦ ଉଲ୍ଲାସେ ମୁଁ 

ଭାବେ ଦୃଶ୍ୟରେ ବିରାଟ ସେ ମୁଁ ବିନ୍ଦୁଏ ମାତ୍ର 

ଅଦୃଶ୍ୟରେ ଯେ ସୂକ୍ଷ୍ମ ହୃଦୟ ଏକ ଆତ୍ମାର 

ବୁଝିବ ମୋ ଅନ୍ତର ଭାବ ସେ ଶୁଣୁଁ ଶୁଣୁଁ

ପ୍ରେମରେ ଅସମ୍ଭବ ବି ହୋଇପାରେ ସମ୍ଭବ

ମୁକୁତାଟିଏ ଗଢ଼ି ଦେବାକୁ ହେବି ସମର୍ଥ

ସାଗର ବେଳାରେ ଟିକି ଶାମୁକା ମୁଁ ।

      



Rate this content
Log in

Similar oriya poem from Abstract