STORYMIRROR

Dr.Omm Prasad Pradhan

Abstract Others

4  

Dr.Omm Prasad Pradhan

Abstract Others

ସାଧୁର ସ୍ବପ୍ନ

ସାଧୁର ସ୍ବପ୍ନ

1 min
220

 ଆବଶ୍ୟକତା ର ଉପଲବ୍ଧି ....

ଏକ ଦୀର୍ଘ ଶ୍ୱାସ ର ପୁନରାବୃତ୍ତି ।

ନିଜକୁ ଐକ୍ୟ ଶକ୍ତି ସମ୍ପର୍ଣ୍ଣ ,

ଭାବୁଥିବା 'ମୁଁ 'କଣ ହେଇପାରିଛି ?


ମୁଁ ଜନ୍ମ ନେଇଛି ....

ବଞ୍ଚିବାର ଅଧିକାର ନେଇ 

ଜଣେ ନାରୀ ର ଗର୍ଭ ରୁ ,

ଏକ ପୁରୁଷ ର ପୌରୁଷ ରୁ 

ମୋର ମୃତ୍ୟୁ ବି ହେବ 

ଏଇ ନାରୀ ଗର୍ଭ ରେ 

ପଞ୍ଚ ମହଭୂତ ରେ ।


ରସ ,ରକ୍ତ , ମାଂସ ର ଶରୀର ରେ 

ଜୀବନ ର ଜ୍ୟୋତି ଉଜ୍ଜୀବିତ ହୁଏ 

ମୃତ୍ୟୁର ଆଗମନ ରେ 

ସେହି ଜ୍ୟୋତି ପ୍ରକମ୍ପିତ ।


ନାରୀ ବିହୀନ ଜୀବନ ର ଇଛା ନେଇ,

ନଦୀ ରେ ଯାତ୍ରା ପାଇଁ ଉଦ୍ୟତ ହୁଏ 'ମୁଁ'

କିନ୍ତୁ ଏ କଣ !

ନଦୀ ଯେ ନାରୀ ତୁଲ୍ୟା

ତା'ର ସ୍ପର୍ଶ କଣ !

ଆବେଗ କୁ ଉଜ୍ଜୀବିତ କରିବ ?

କାମନା ର ଅଗ୍ନି ପ୍ରଜ୍ବଳିତ କରିବ ?

ନା' କେବେ ନୁହେଁ ! 


ଯଦି ହଁ ! ତେବେ ଏହା କଣ ସତ୍ୟ ,

ମୁଁ ପୁନର୍ବାର ନାରୀ ର ଆଶ୍ରୟ ନେଉଛି ! 


ନାଆ ରୁ ଚାଲି ଆସିଲି 'ନାଁ' ପାଇଁ 

ମାଟି ରେ ପାଦ ଦେଉ ଦେଉ ...

କହି ଉଠିଲା ପାଟି ଦି ଫାଳ ହେଇ ....

ମାଟି ମଧ୍ୟ ନାରୀ ତୁଲ୍ୟା 

ମାଆ ତୁଲ୍ୟା, ଦେବୀ ତୁଲ୍ୟା 

ଅତୁଲ୍ୟା ବହୁଧା ବହୁଲ୍ୟା ।


ମୁଁ କଣ ନାରୀ ତନ୍ତ୍ର ରେ ,

ପାଦ ସ୍ଥାପିତ କରିଛି 

ପୁଣୀ ଥରେ ଭୁଲ୍ ପୁନରାବୃତ୍ତି ...

ପାଦ ଅଟ୍ଟହାସ୍ୟ କରି ଉଠିଲା 

ଆତ୍ମା ର ଅସହାୟତା କୁ ଲକ୍ଷ କରି 


ଶରୀର ପ୍ରକମ୍ପିତ ହେଲା 

ଶରିରୀର ମାନ ହାନି କରି 

ପାଦ ପୁଣିଥରେ ଅଟ୍ଟାହାସ୍ୟ କଲା 

ପୁଣୀ ଥରେ ନାରୀ ର ସାହାଯ୍ୟ ଲୋଡିଲା 

ଭ୍ରୁକ୍ଷେପ କଲା କଟାକ୍ଷ କଲା ବାରମ୍ବାର 

ବାରମ୍ବାର, ବାରମ୍ବାର ....

ସାଧୁର ସ୍ବପ୍ନ ଭଙ୍ଗ ହେଲା ।

ବ୍ରହ୍ମ ମୁହୂର୍ତ୍ତରେ ,ଅରୁଣୋଦୟ ,

ଅପେକ୍ଷାରେ ,........

ସୂର୍ଯ୍ୟ ସ୍ନାନ ପ୍ରତୀକ୍ଷାରେ ।।



Rate this content
Log in

Similar oriya poem from Abstract