STORYMIRROR

ବଳରାମ ବାରିକ

Inspirational

5.0  

ବଳରାମ ବାରିକ

Inspirational

ସାଧୁ -ବିବେକାନନ୍ଦ

ସାଧୁ -ବିବେକାନନ୍ଦ

1 min
330




ହେ ଭାରତୀୟ ସାଧୁ ........


କୋଟି କୋଟି ପ୍ରଣାମ ତଵ ଚରଣେ।

ଯଶ-କୀର୍ତ୍ତି ,ହିନ୍ଦୁତ୍ୱ ଧ୍ୱଜା ତଵ କାରଣେ।


ଉପନିବେଶ ଦ୍ୱାର ଦେଶରେ ଥିଲା ଭାରତ।

ରାଷ୍ଟ୍ରଭକ୍ତି ମହାମନ୍ତ୍ରେ ତୁମେ କଲ ଦୀକ୍ଷିତ।


ହେ ଭାରତୀୟ ସାଧୁ ...........


ବିଦେଶରେ ହିନ୍ଦୁ ଧର୍ମ କରିଥିଲ ପ୍ରଚାର।

ତୁମ ପରି ଶ୍ରେଷ୍ଠ ପୁରୁଷ ଆଜି ଦରକାର।


ଏ ଦେଶର ସଭ୍ୟତା ସଂସ୍କୃତି ଝୁରେ ତୁମକୁ।

ବେଦ- ବେଦାନ୍ତର ବାର୍ତ୍ତା ଦେଇଥିଲ ବିଶ୍ବକୁ।


ହେ ଭାରତୀୟ ସାଧୁ ...........


ଯୁବ ପିଢୀଙ୍କ ପାଇଁ ତୁମେ ପ୍ରେରଣାର ସ୍ରୋତ।

ମୁଖ ବାଣୀ ପ୍ରତି ହୃଦୟେ ଆଜି ବି ଜାଗ୍ରତ।


ତୁମେ ଚିର ନମସ୍ୟ ,ମନେ ଆମ୍ଭ ବିଶ୍ୱାସ।

ଉଡିବ ଗୈରିକ ଧ୍ୱଜା ରଚିବ ନବ ଇତିହାସ।


ହେ ଭାରତୀୟ ସାଧୁ .........


ବଳରାମ ବାରିକ

ନଟିଲ ,ଯାଜପୁର/ଝାରସୁଗୁଡା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational