ସାଧୁ ଅପମାନ ରହିତ
ସାଧୁ ଅପମାନ ରହିତ
ମାନ ଅପମାନ ପ୍ରସନ୍ନ ବିଷଣ୍ଣ
ସମାନ ଯେ ମଣୁଥାଏ
କପାସର ପ୍ରାୟ ଆପେ ସହି କ୍ଳେଶ
ଆନକୁ ଯେ ସୁଖ ଦିଏ
ସାଧୁ ପଦବାଚ୍ୟ ସିଏ,
ଦେହେ ନାହିଁ କନା
ପେଟେ ନାହିଁ ଦାନା
ମହାରାଜ ସେ ବୋଲାଏ ।
କଳ୍ପତରୁ ତୃଣ ହସ୍ତୀ ଅବା ଶ୍ବାନ
ଭେଦ ନ ଦେଖେ କାହାରେ
ଶୈଶବ ବାର୍ଦ୍ଧକ୍ୟ ଜନମ ମରଣ
ଶୀତରେ ଅବା ଗ୍ରୀଷମରେ
ସମଭାବେ ଯିଏ ରହେ
ବିଭୁ ପଦକଂଜ ମକରନ୍ଦେ ଯାର
ମନ ଭୃଂଗୀ ଗୁଂଜୁ ଥାଏ ।
ଜିତେନ୍ଦ୍ରିୟ ହୋଇ ଯା ଇନ୍ଦ୍ରିୟ ସୁପ୍ତ
ଆପେ ସୈଦବ ଜାଗ୍ରତ
ନିନ୍ଦା ଅପମାନ ଶୁଣେନା ତା କାନ
ସଦା ଆତ୍ମରାମେ ରତ
ରତିପତି ଦେଲା ଜାଳି
ଦିଗମ୍ବର ହୋଇ ସ-ନ୍ୟାସ ହୋଇଛି
ତାକୁ ଦେବ କିଏ ଗାଳି।
ମର ଶରୀରରେ ଯେ ହୁଏ ଅମର
ଲଭି ଜୀବନର ଫଳ
ବସନ୍ତ ତ୍ରିବିଧ ସମୀରଣ
ସଦା ବହେ ତା ଜୀବନ କାଳ
ଗ୍ୟାନୀଜନ ଅନୁସରି
ଭବ ବାରିଧି ର କରାଳ ଲହରୀ
ସୁଗମେ ହୁଅନ୍ତି ପାରି ।