STORYMIRROR

Prasanna Kumar Das

Inspirational

4  

Prasanna Kumar Das

Inspirational

ସାଧୁ ଅପମାନ ରହିତ

ସାଧୁ ଅପମାନ ରହିତ

1 min
326

ମାନ ଅପମାନ ପ୍ରସନ୍ନ ବିଷଣ୍ଣ 

ସମାନ ଯେ ମଣୁଥାଏ

କପାସର ପ୍ରାୟ ଆପେ ସହି କ୍ଳେଶ 

ଆନକୁ ଯେ ସୁଖ ଦିଏ

ସାଧୁ ପଦବାଚ୍ୟ ସିଏ,

ଦେହେ ନାହିଁ କନା

ପେଟେ ନାହିଁ ଦାନା

ମହାରାଜ ସେ ବୋଲାଏ ।


କଳ୍ପତରୁ ତୃଣ ହସ୍ତୀ ଅବା ଶ୍ବାନ 

ଭେଦ ନ ଦେଖେ କାହାରେ

ଶୈଶବ ବାର୍ଦ୍ଧକ୍ୟ ଜନମ ମରଣ 

ଶୀତରେ ଅବା ଗ୍ରୀଷମରେ

ସମଭାବେ ଯିଏ ରହେ

ବିଭୁ ପଦକଂଜ ମକରନ୍ଦେ ଯାର 

ମନ ଭୃଂଗୀ ଗୁଂଜୁ ଥାଏ ‌।


ଜିତେନ୍ଦ୍ରିୟ ହୋଇ ଯା ଇନ୍ଦ୍ରିୟ ସୁପ୍ତ 

ଆପେ ସୈଦବ ଜାଗ୍ରତ

ନିନ୍ଦା ଅପମାନ ଶୁଣେନା ତା କାନ 

ସଦା ଆତ୍ମରାମେ ରତ

ରତିପତି ଦେଲା ଜାଳି

ଦିଗମ୍ବର ହୋଇ ସ-ନ୍ୟାସ ହୋଇଛି 

ତାକୁ ଦେବ କିଏ ଗାଳି।


ମର ଶରୀରରେ ଯେ ହୁଏ ଅମର 

ଲଭି ଜୀବନର ଫଳ

ବସନ୍ତ ତ୍ରିବିଧ ସମୀରଣ  

ସଦା ବହେ ତା ଜୀବନ କାଳ

ଗ୍ୟାନୀଜନ ଅନୁସରି

ଭବ ବାରିଧି ର କରାଳ ଲହରୀ 

ସୁଗମେ ହୁଅନ୍ତି ପାରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational