STORYMIRROR

Shashanka sekhar Ray

Inspirational

4.8  

Shashanka sekhar Ray

Inspirational

ସ୍ଵାଧୀନତା

ସ୍ଵାଧୀନତା

1 min
408


ଶଶାଙ୍କ ଶେଖର ରାୟ


ସ୍ଵାଧୀନତାର ସାପ ଶୋଇଛି ଆଜି ଗୁଡେଇ

ନାଲି ଆଖି ନାଲିଫିତା ବନ୍ଧା ଫାଇଲର ପେଡିରେ

ସାପୁଆ କେଳାର ଗଦ ଶୁଙ୍ଘିଶୁଙ୍ଘି

ସତ କହୁଥିବା ଜିଭଟା ତାର ଅଣନିଶ୍ଵାସୀ ଏଠି

ପିତୃପ୍ରାଣଟା ଉଡିଯିବା ଭୟରେ ,

ନିରବ କଲମେ ଲୁଟିହୁଏ ସବୁକିଛି

ବଲମର ନାହିଁ ଆଉ ଆବଶ୍ୟକତା

କ୍ଷମତାର ମୁକୁଟ ରହିଛି ରହିବ ସଦାକାଳ

ଜାତି ଧର୍ମ ଆଇନକୁ ଖାଲି ଆଖିଠାର ମାରି

ଜହ୍ନ ତାରା ଦେଖାଇ ଦିଅନ୍ତି ସେମାନେ ବି ଦିନରେ ।

ନେତାଠୁ ଅମଲା ସଭିଁଏ ବେପାରୀ ଆଉ ଭିକାରୀ

ମୁଣ୍ଡରେ ପଶରା ହାତେ ଧରି ଥାଳ

ବେଶ ସଦା ଛଦ୍ମବେଶୀ ରାବଣ ଠାରୁ ବି ଚମତ୍କାର

ମୁଖେ ବେଦପାଠ ଅନ୍ତରେ ହଳାହଳ

ପେଟେ ସମୁଦ୍ର ଗୋଟାକର ଶୋଷ ,

ସଭ୍ୟତାର ଆଲୋକେ ଝଲସୁଛି ସିନା ଗାଁ ସହର

ସ୍ଵାଧୀନ ପାଇ ବି ପରାଧୀନ ଆମେ

ଅବିଶ୍ଵାସ ପ୍ରତାରଣାର କୁହୁଳା ନିଆଁରେ

ସରିଯାଉଛି ଯେମିତି ଧିରେ ଧିରେ ଆଜି

ସ୍ଵାଧୀନତାର ତମାମ ଆୟୁଷ ।


ମୋ - ୭୩୭୭୧୯୭୯୯୯

ବଟରପଡା ଭାମଣ୍ଡା ରାଜକନିକା କେନ୍ଦ୍ରାପଡା।


Rate this content
Log in

Similar oriya poem from Inspirational