STORYMIRROR

Sadananda Sahoo

Inspirational

4  

Sadananda Sahoo

Inspirational

ସ୍ଵାଧୀନତା ଦିବସର ଛବି

ସ୍ଵାଧୀନତା ଦିବସର ଛବି

1 min
500

ଇତିହାସ କହେ ସ୍ମୃତି ଅବକାଶେ 

    ପରାଧୀନ ଦୁଃଖ ଗାଥା , 

ଗୋରା ସାଶନର କ୍ରୁରତା ଭୀଷଣ 

    ନଇଁ ପଡିଥିଲା ମଥା !


ଖଣ୍ଡ ବିଖଣ୍ଡିତ ଥିଲା ଏ'ଭାରତ 

    ଦୁଃର୍ବଳତା ଥିଲା ଭରି , 

 ଦେଶୀୟ ରାଜାଙ୍କ କଳହ କନ୍ଦଳ 

   ବିଦେଶୀଙ୍କୁ ଦେଲା ଡୋରି !


ଗୋରାଇଂଗ୍ରେଜୀଟା କବ୍ଜା କରିନେଲା 

    ସ୍ଵର୍ଣ୍ଣମୟୀ ଭାରତୀକୁ , 

ଅତୁଲ୍ୟ ଭାରତ ହେଲା ହୀନିମାନ 

    ଫାଟିଗଲା ତା'ର ବୁକୁ !


ନିର୍ଯାତନା ଭାର ହେବାରୁ ଅସହ୍ୟ 

     ଜାଗିଲେ ଭାରତ ବାସୀ , 

ଦୀର୍ଘକାଳ ଧରି ଏ'ଗୋରା ବେପାରୀ 

    ଅନ୍ୟାୟ କଲେଣି ବେଶି !


ଏକ' ମନ ହୋଇ ତଡ଼ିବା ବିଦେଶୀ 

     ସ୍ଵାଧୀନତା ହେଵ ପ୍ରାପ୍ତ , 

ଅଦ୍ଭୁଦୟ ହେଲା ଜାତୀୟ ଏକତା 

    ଗାନ୍ଧୀମହାତ୍ମାଙ୍କ ପାଇଁ , 

କେତେ ମାନ୍ୟଗଣ ମହାନ ପୁରୁଷ 

   ସ୍ଵେଚ୍ଛାରେ ଆସିଲେ ଧାଇଁ !


ସୁବାଷ ବୋଷ  ତୀର୍ଯ୍ୟକ ପୁରୁଷ 

    ସ୍ଵାଧୀନତା ସୁତ୍ରଧର , 

ବଲ୍ଲଭ ପଟେଲ ବିଚକ୍ଷଣ ଥିଲେ 

    ଐକାନ୍ତିକ ଭାବନାର !


ବାଲ ଗଙ୍ଗାଧର  ଚେତନାର ଦ୍ଵାର 

     ବଖାଣିଲେ ମାତୃ ପ୍ରୀତି , 

ଲାଲରାଜପତ  ସଂଗ୍ରାମ ନାୟକ 

    ଅଭୁଲା ଏ'ସବୁ ସ୍ମୃତି !


ଅନ୍ଧକୂପ ଠାରୁ  ଜାଲିଓ୍ଵାନା ବାଗ 

     ଇଂଗ୍ରେଜର ପାପକର୍ମ , 

କ୍ରୁର ବିଭିଷିକା  ଦୃଶ୍ୟ ସ୍ମରଣିକା 

    ଇତିହାସେ ଯୋଡେ ଫର୍ଦ୍ଦ !


ଅହିଂସାର ମାର୍ଗ ବିଜୟ ସଂକେତ 

     ମହାନ ଆତ୍ମାଙ୍କ ବାଣୀ , 

ଏହି ସୁତ୍ରଧରି ସର୍ବ ଦେଶ ବାସୀ 

     ଏକାଠି ହୋଇଲେ ଜାଣି !


ବହୁ ସଂଘର୍ଷରେ ବିଜୟ ଲଭିଲେ 

      ଆମରି ଜନ ନାୟକ ,

କେତେ ବଳିଦାନ କଳ୍ପନା ଅତୀତ 

      ବରପୁତ୍ର ପୂଜ୍ୟସ୍ପଦ  !


ଉଣେଇଶ ଅଙ୍କ ଶୁଭ ପ୍ରଦାୟକ 

     ସତଚାଳିଶି ମସିହା , 

ଅଗଷ୍ଟ ମାସର  ପନ୍ଦର ତାରିଖ 

     ଉଡିଲା ବିଜୟ ଧ୍ଵଜା !


ମାଆ ଭାରତୀର ବିଜୟ ଦିବସ 

     ଉଡୁଛି ତ୍ରିରଙ୍ଗା ବାନା , 

ହେ'ଭାରତବାସୀ ହସିଉଠ ଆଜି 

      ମନକର ନାହିଁ ଊଣା !



Rate this content
Log in

Similar oriya poem from Inspirational