STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ସାବରକରଙ୍କ ଜନ୍ମ ବାର୍ଷିକ

ସାବରକରଙ୍କ ଜନ୍ମ ବାର୍ଷିକ

1 min
291


କୋଟି ପ୍ରଣିପାତ ଚରଣେ ତାଙ୍କର

  ପବିତ୍ର ଜୟନ୍ତୀ ଆଜି,

ରାଷ୍ଟ୍ର କାର୍ଯ୍ୟେ କଲେ ଅର୍ପିତ ସମସ୍ତ

   ଜନ୍ମ ବାର୍ଷିକ ଟି ଆଜି।


ସ୍ବତନ୍ତ୍ର ସଂଗ୍ରାମେ ଭାଗିଦାର ସେହୁ

  ଥିଲେ ସେହୁ ମହା ଜ୍ଞାନୀ,

କହିଥିଲେ ତାଙ୍କ ବିଷୟେ ଅଟଳ

  ବାଜପେୟୀ ମହା ଜ୍ଞାନୀ।


ସାବରକର ହିଁ ତପ ଏହୁ ଧାମେ

  ତ୍ୟାଗ ପ୍ରତିମୂର୍ତ୍ତି ତହିଁ,

ତର୍କର ପ୍ରତୀକ ସେ ସାବରକର

  ମନ୍ତ୍ର ରାଷ୍ଟ୍ରବାଦ ଯହିଁ।


ତୀର ଓ ତଲବାର ସାବରକର

  ଉଚ୍ଚ ଗଭୀରତା ତହିଁ,

ରାଷ୍ଟ୍ରଭକ୍ତି ପ୍ରେମ ଗୁଞ୍ଜେରାଷ୍ଟ୍ର ପ୍ରୀତି

  ରାଷ୍ଟ୍ର ଶୁତ୍ରଧାର ଯହିଁ।


ବୀର ସାବରକର କର୍ତ୍ତବ୍ୟ ପଥ

 ଜନକଲ୍ୟାଣର ଶୁତ୍ର,

ରାଷ୍ଟ୍ରବାଦ ପ୍ରୀତି ସର୍ବୋପରି ହୃଦେ

 ତ୍ୟାଗ ସତ୍ୟ ମହାମନ୍ତ୍ର।


ରାଷ୍ଟ୍ରବାଦ ପ୍ରୀତି ଯା ହୃଦେ ଗୁଞ୍ଜୁଛି

 ଅନୁଯାୟୀ ସର୍ବେ ତାଙ୍କ,

ଶ୍ରଦ୍ଧାଞ୍ଜଳି ତାଙ୍କ ପୁଷ୍ପାଞ୍ଜଳି ପଦେ

  ଦିଏ ରାଷ୍ଟ୍ର ଭକ୍ତ ତାଙ୍କ।


ସ୍ବତନ୍ତ୍ର ସଂଗ୍ରାମୀ ଇତିହାସକାର

  ପରା ସେହୁ ସୁଧାରକ,

ଜନତା ସେବାରେ ଆଗୁଆ ସର୍ବଦା

  ମାନବ ଜାତି ନାୟକ।


ଜ୍ଞାନର ସାଗର ମନୁଷ୍ୟ ବିଚାର

  ସେହୁତ ସାବରକର,

ଜ୍ଞାନ କର୍ମ ବଳ କର୍ତ୍ତବ୍ୟ ପଥର

  କରୁଣାର ଶୁତ୍ରଧାର।

     

ବିଚ୍ଛନ୍ନାଞ୍ଚଳରୁ ଚରଣେ ତାଙ୍କର

 କୋଟି କୋଟି ପ୍ରଣିପାତ,

ଜ୍ଞାନର ସାଗର ତେଜ ରେ ପ୍ରଖର

  ଚରଣ ରେ ଦଣ୍ଡବତ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract