STORYMIRROR

Chandrasekhar Das

Inspirational

3  

Chandrasekhar Das

Inspirational

ସାବିତ୍ରୀ

ସାବିତ୍ରୀ

1 min
215


ସାବିତ୍ରୀ ଆଗରେ ହାରିଗଲା ଯମ

ଥରିଗଲା ଯମପୁରୀ 

ଭକ୍ତି, ପ୍ରେମ, ନିଷ୍ଠା କରିଥିଲା ବୋଲି

ସ୍ୱାମୀକୁ ପାଇଲା ଫେରି   |


ଆଜିର ସମୟେ ଏମିତି ପତ୍ନୀଟେ

କୋଟିଏରେ ଥିବେ ଗୋଟେ

ରକ୍ଷା କରୁଥିବ ସ୍ୱାମୀର ଜୀବନ 

ଠିଆ ହୋଇଣ ସଂକଟେ    |


ଫୁଲ ଫଳ ନୁହେଁ, ନୁହେଁ ଉପବାସ

ଗଲେ ହେବନି ମନ୍ଦିର

ପ୍ରଥମେ ସ୍ୱାମୀଙ୍କୁ ହୃଦୟରେ ରଖ

ତାପରେ କର ଆଦର   |


ସ୍ୱାମୀଙ୍କ କଥାକୁ ମାନି ଚଳୁଥିଲେ

ଖୁସିରେ ବିତିବ ଦିନ

ଅଶାନ୍ତିର ଛାୟା ପାଖ ମାଡ଼ିବନି

ଜିଣୁଥିଲେ ତାଙ୍କ ମନ   |


Rate this content
Log in

Similar oriya poem from Inspirational