Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Fantasy Inspirational Others

4  

Chittaranjan Nanda

Fantasy Inspirational Others

ସାବିତ୍ରୀ ପୂଜା-ବ୍ରତ

ସାବିତ୍ରୀ ପୂଜା-ବ୍ରତ

1 min
246



ଗଛପତ୍ର ହଲିବନି, ଅସହ୍ୟ ଗୁଳୁଗୁଳି, 

ଜ୍ୟେଷ୍ଠ ଖରା ଦିନ

ପ୍ରକୃତି, ତାପମାତ୍ରା, ପରିବେଶକୁ ନେଇ 

ହୁଅଇ ପର୍ବ ପାଳନ ।


ଆମ୍ବ, ପଣସ, ନଡିଆ ତୋଳା ହୋଇ 

ରହିଥାଏ ପ୍ରତ୍ୟେକ ଘରେ

ନୂଆ ଶାଢ଼ୀ, ଅଳଙ୍କାର ପିନ୍ଧି ବ୍ରତ ପାଳନ 

ହୁଏ ସାବିତ୍ରୀ ଅମାବାସ୍ୟାରେ ।


ସାବିତ୍ରୀ କରିଥିଲେ ପୂଜା ବଣ ଭିତରେ 

ଫଳ କୋଳି ସହ ଦୀନହୀନ ଅବସ୍ଥାରେ 

ଆଜି କିନ୍ତୁ ବନାରସି ପାଟ, ହାର ବେଢ଼େଇ 

ବ୍ରତ ପାଳନ ହୁଏ କିଣି ଫଳ ଚଢାଦରରେ ।


ଶାଢ଼ୀ, ଚୁଡି,ଫଳ, ସୁନାଗହଣା ଆକର୍ଷଣରେ 

ସ୍ତ୍ରୀ ମାନଙ୍କର କେତେ ଆୟୋଜନ 

ଦେଖା ଶିଖା ନ୍ୟାୟରେ ସୁନା କିଣା ମୋହରେ 

ଏବେ ଭିଡ଼ ସବୁ ଦୋକାନ ।


ଓଡ଼ିଆ ବାହାଘରରେ ମେହେନ୍ଦୀ, ରସମ୍, ହଳଦୀ 

ପଶିଗଲା ପରି ମଧ୍ୟ ସାବିତ୍ରୀ ପୂଜାରେ 

ପୂଜାବ୍ରତ ପାଇଁ ବଢ଼ିଲାଣି ଖର୍ଚ୍ଚ ଓ ଚର୍ଚ୍ଚା ଖାଦ୍ୟ,

ବସ୍ତ୍ର ଓ ଆନନ୍ଦ ଆଳରେ ।


ଆଜିକାଲି ଦରବୃଦ୍ଧି କଷାଘାତରେ ବ୍ୟତିବସ୍ତ

ସତ୍ୟବାନ ମାନେ ଏ ଆୟୋଜନରେ  

ମନରେ ନିବେଦନ କଲେଣି, ବଢ଼େଇବାକୁ

ଆୟୁଷ, ନକର କଷ୍ଟ ସାବିତ୍ରୀ ପୂଜାରେ ।

  

ସାବିତ୍ରୀ ଭାର ଆଣି ଥାଆନ୍ତି ଭାଇ, ଯଦି 

ହୋଇଯାଏ କେବେ ଡେରି ସେଥିରେ

ଫିଙ୍ଗି ଦିଅନ୍ତି କିଛି ସାବିତ୍ରୀ ମୁଗ, ପଣସ, 

କଦଳୀ, ଖଜୁରୀ ଅଗଣାସାରା ରାଗରେ ।


ଲଦି ଦିଆଯାଇଥିବା ଆଡ଼ମ୍ବରର ବିରୋଧ 

କରିଲେ, ପରିବର୍ତ୍ତନର ଅନ୍ତଃଫଲଗୁ ହେବ

ସାବିତ୍ରୀ ପୂଜା-ବ୍ରତ ନକଲେ ପ୍ରଗତିଶୀଳ ନାରୀକୁ

ସତୀତ୍ଵର ଅବମାନନା, କିଆଁ କହିବ ।


Rate this content
Log in

Similar oriya poem from Fantasy