STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ସାବିତ୍ରୀ ବ୍ରତ

ସାବିତ୍ରୀ ବ୍ରତ

1 min
295


ବ୍ରତ ନାରୀଙ୍କ ସାବିତ୍ରୀ ବ୍ରତରେ

ହୁଏ ଜ୍ୟେଷ୍ଠ ମାସ ଅମାବାସ୍ୟାରେ

ସ୍ବାମୀ ଦୀର୍ଘାୟୁ ପାଇଁ ଏ ବ୍ରତରେ

ବଟ ବୃକ୍ଷ ମୂଳେ ପୂଜା ଭକ୍ତିରେ

ସଂସ୍କୃତି ସଂସ୍କାରେ

        ଗୃହ ସୁଖ ପାଇଁ ନାରୀ କରେରେ !!


କରେ ନିତ୍ୟକର୍ମ ସକାଳୁ ତାର

ଗୃହ ଲିପାପୋଛା କରେ ସୁନ୍ଦର 

ଚିତା ଲେଖି ଦିଏ ମନ ଖୁସିର

ପତିର ଆୟୁଷ  କାମନା ତାର

ମନ ତା ତତ୍ପର 

        ପୂଜା କରିବ ବଟ ଦେବଙ୍କର !!


ଅଟେ ସାବିତ୍ରୀ ପ ତି ବ୍ର ତା ନାରୀ

ସ ତ୍ୟ ବା ନ୍ ସ୍ବାମୀ ପରା ତାଙ୍କରି

ପତି  ଅଳ୍ପାୟୁ ଜ୍ଞା ନ ରେ ତାହାରି

ଜ୍ୟେଷ୍ଠ ଅମାବାସ୍ୟା ମୃତ୍ୟୁ ତାଙ୍କରି 

ପତିବ୍ରତା ନାରୀ

     ଜଙ୍ଗଲ ନେଲା ସେ ସ୍ବାମୀ ତାଙ୍କରି !!


ବୁଲୁ ‌ ବୁଲୁ ସ୍ବାମୀ ଢଳି ପଡ଼ିଲେ

ସାବିତ୍ରୀ ସ୍ବାମୀଙ୍କୁ କୋଳେ ଧରିଲେ

ଜ ନ୍ତୁ ରା ଣ କୁ ସତୀ ବାଧ୍ୟ କଲେ

ଜୀବିତ କର ହେ ଶୀଘ୍ର କହିଲେ

ଯମ ସେ ଶୁଣିଲେ

     ସତୀର କଥାର ବାଧ୍ୟ ହୋଇଲେ!!


ନାରୀ ପ ତି ବ୍ର ତା ଯଦି ହୁ ଅ ଇ

ଅ ସ ମ୍ଭ ବ ସବୁ ସ ମ୍ଭ ବ କରୋଇ

ସଧବା ହୋଇ ସେ ବୈକୁଣ୍ଠେ ଯାଇ

ଲକ୍ଷ୍ମୀ ପୂର୍ଣ୍ଣ  ଗୃହ ଭରି ପଡୋଇ 

ଆଦର ସେ ପାଇ

    ସ ମା ଜ ରେ ତା'ର ମାନ ବଢୋଇ!!


ବଟ ବୃକ୍ଷ ମୂଳେ ପୂଜନ ତାର

ତିନି ଦେବଙ୍କର ବାସ ତହିଁର

ମନବାଞ୍ଛା ଟି ପୂର୍ଣ୍ଣ ନାରୀଙ୍କର

ସାବିତ୍ରୀ ବ୍ରତ ଏ ଅଟେ ଭକ୍ତିର

ପ୍ରେମ ଓ ଶ୍ରଦ୍ଧାର

       ପବିତ୍ର ଦିନ ସାବିତ୍ରୀ ବ୍ରତର!!


ଶାଶୁ ଶଶୁରେ ସେବା କରୁଥାଏ 

ସ୍ବାମୀର ଭକ୍ତିରେ ସର୍ବଦା ଥାଏ

ସ୍ବାମୀ ପାଦ ଧୁଆ ଜଳକୁ ଖାଏ

ସ ମ ଭା ବ ପ୍ରୀତି ଗୃହରେ ଦିଏ

ନାମ ଗୁଞ୍ଜୁ ଥାଏ

       ସାବିତ୍ରୀ ପରି ନାମ ରଖି ଥାଏ !!



Rate this content
Log in

Similar oriya poem from Abstract