STORYMIRROR

Sandhyarani dash

Inspirational

3  

Sandhyarani dash

Inspirational

ସ୍ଵାଭିମାନ

ସ୍ଵାଭିମାନ

1 min
126

ଧନ ପଛେ ପଛେ ଧାଇଁ ଛନ୍ତି ସର୍ବେ

ଶାନ୍ତିଟି ଯାଇଛି ଉଡି,

ସଞ୍ଚୟ କରିବେ ଅଧିକ କରିବେ

ଅବାଟରେ ଉଠି ପଡ଼ି

ପର ତଣ୍ଟି ଚିପି ଅର୍ଜନ କରିଲେ

ସୁଖେ ସେ ଲାଗିବ ନାହିଁ

ପରିଶ୍ରମ ଫଳ ମିଠା ହୋଇଥାଏ

ଏ କଥା ଜାଣ କି ନାହିଁ।

ଅତ୍ୟଧିକ ଲୋଭ ମୃତ୍ୟୁ ଡାକି ଥାଏ

ଏ କଥାଟି ମନେ ରଖ

ଦାନ ଧର୍ମ ଯଦି ନ ରଖିବ ମନେ

କେହି ମାଡିବେନି ପାଖ।

ପର ଉପକାର କରୁଥିବ ଯଦି

ଇଶ୍ଵର ସହାୟ ହେବେ

ସ୍ଵାଭିମାନ ଶାନ୍ତି ଫେରି ଯେ ଆସିବ

ଆନନ୍ଦେ ରହିବ ତେବେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational