ସାବାସ ସିମନ୍ଥିିିନୀ
ସାବାସ ସିମନ୍ଥିିିନୀ
ସରଳ ହୃଦୟ ମହିଳା ଜଣିଏ
ନାଆଁ ତା'ର ସିମନ୍ଥିିିନୀ,
ଶ୍ରଦ୍ଧାରେ ତାହାକୁ ସଭିଏଁ ଡାକନ୍ତି
ସିଏ ଆମ ପ୍ରିିୟା ନାନୀ ।
ସ୍ୱାମୀ, ପିଲା ଛୁଆ ସମସ୍ତଙ୍କୁୁ ନେଇ
ଅଛି ତା'ର ପରିବାର,
ସୁଖ ଦୁଃଖ ସବୁ ସାଙ୍ଗରେ ନେଇକି
ଚାଲିଛି ସଂସାର ତା'ର ।
ସିଏ ଅଟେ ଜଣେ କର୍ମଜୀବିି ନାରୀ
ଅତି ଦୟା ସ୍ୱଭାବର,
କାହାକୁ ସେ କେବେ ପର ଭାବେ ନାହିଁ
କରେ ପର ଉପକାର ।
ପିଲାମାନଙ୍କର ଲାଳନପାଳନ
ଅତି ଯତନରେ କରେ,
ଶାଶୁ ଶ୍ୱଶୁରଙ୍କ ସେବା ଯତ୍ନ କରେ
ଭକ୍ତି ରଖି ତାଙ୍କ ଠାରେ ।
ଦୁଃଖ ଦରିଦ୍ରଙ୍କୁ ଭାରି ଭଲ ପାଏ
ଦାନ ଧର୍ମ କରି ଥାଏ,
ଅଭାବୀ ଲୋକଙ୍କ ଦୁଃଖ କଷ୍ଟ ଦେଖି
ବିଚଳିତ ହୋଇ ଯାଏ ।
ନିଜ ସଞ୍ଚୟରୁ କିଛି କିଛିି ସିଏ
ଦାନ ଧର୍ମ କରିଥାଏ ।
ଅନ୍ୟର ଦୁଃଖକୁ ନିଜ ଦୁଃଖ ଭାବି
ତାଙ୍କ ପାଖେ ଠିିଆ ହୁଏ ।
ଧର୍ମ କାର୍ଯ୍ୟରେ ବି ହେଲା କରେ ନାହିଁ
ନିଷ୍ଠା ରଖି କାର୍ଯ୍ୟ କରେ,
ଯେଉଁଠିକି ଗଲେ ପ୍ରସଂଶା ସାଉଟେ
ଭାରି ପ୍ରିୟ ସବୁଠାରେ ।
ଝଗଡା ଝାଟି ତା' ଜୀବନରେ କେବେ
କାହା ସହ କରେ ନାହିଁ,
ରୋଗ, ଯନ୍ତ୍ରଣାରେ ଦେଖିଲେ କାହାକୁ
ଜମା ପାରେ ନାହିଁ ସହି ।
ଆଦର୍ଶ ନାରୀର ସବୁ ଗୁଣ ଯେତେ
ରହିିଅଛି ତାହା ପାଖେ,
ନିଜ ପର ବୋଲି କହାକୁ ଭାବେନା
ସମ ଦୃୃଷ୍ଟିରେ ସେ ଦେଖେ ।
ତା' ପରି ନାରୀ ତ କୋଟିିଏରେ ଗୋଟେ
ଖୋଜିଲେ ମିଳିବେ କାହିଁ,
ତାଙ୍କ ଠାରେ ସ୍ନେହ ମମତାର ଧାର
ସଦା ଯାଉଥିବା ବହି ।
