STORYMIRROR

Parbati Pradhan

Abstract Others

4  

Parbati Pradhan

Abstract Others

ସାଆନ୍ତେ ପହଣ୍ଡି କଲେଣି

ସାଆନ୍ତେ ପହଣ୍ଡି କଲେଣି

1 min
277

ଶ୍ରୀ ମନ୍ଦିର ଆଜି ଉଠୁଛି ପଡୁଛି

ବଡଦାଣ୍ଡେ ଭିଡ ଜମୁଛି

ଲକ୍ଷ ଲକ୍ଷ ଭକ୍ତ ଅନାଇ ଅଛନ୍ତି

କାଳିଆ ପହଣ୍ଡି କରୁଛି

ଝୁଲିଝୁଲି ପରା ଆସୁଛି ସାଆନ୍ତ

ଭୁଜ ଦୁଇଟାକୁ ମେଲିଛି

ପଣ୍ଡା ପଢିଆରୀ ଧରିଛନ୍ତି ଭିଡି

ଆଃ କିସୁନ୍ଦର ଦିଶୁଛି

ଟାହିଆ ର ଛଟ ଉଠୁଛି ପଡୁଛି

ତୁଳସୀର ମାଳ ଶୋଭା ବଢ଼ାଇ ଦେଉଛି

କାଗଜ ଫୁଲ ବି ଖୁସିରେ ଗଦଗଦ ହୋଇ ପଡୁଛି

ହରିବୋଲ, ହୁଳହୁଳି ଶବ୍ଦେ ତ୍ରିଭୁବନ କମ୍ପି ଉଠୁଛି 

ଘାଣ୍ଟୁଆ ର ଘଣ୍ଟ ଶବଦେ

ଦେବଦାସୀ ନାଚି ଯାଉଛି

ସୁବାସ ଚନ୍ଦନ ମହକି ପଡୁଛି

ସାଆନ୍ତ ମୋ ବିଜେ କରୁଛି

ଆକୁଳ ଚିତରେ ଆନାଇ ରହିଛି

ରଥରାଜ ନନ୍ଦୀଘୋଷ ବି

ରଥପଥେ ତାଙ୍କୁ ପାଛୋଟି ଆଣିବେ

ସେବାୟତ, ଦଇତା ପତି

ଭାବ ବିନୋଦିଆ ସେ ତ

ଭାବର ଠାକୁର ଭାବେ ବାନ୍ଧି ଅଛି

ଜଗତ କୁ ତାର

ଭାବକୁ ନିକଟ ସେ ଅଭାବକୁ ଦୂର ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract