STORYMIRROR

Pranati Mahapatra

Inspirational

2  

Pranati Mahapatra

Inspirational

ସ୍ୱୟଂଲୀଳା ଶ୍ରୀପୁରୁଷୋତ୍ତମ

ସ୍ୱୟଂଲୀଳା ଶ୍ରୀପୁରୁଷୋତ୍ତମ

1 min
14.6K


ନଟବର କାହ୍ନୁ ହଟିଆ କାଳିଆ

ଦାରୁବ୍ରହ୍ମ ,କଳିଯୁଗେ

ଶ୍ରୀକୃଷ୍ଣ ଦ୍ଵାପରେ ରାମ ତ୍ରେତୟାରେ

ନରସିଂହ ସତ୍ୟଯୁଗେ।

ମାଧୁର୍ଯ୍ୟ,ଔଦାର୍ଯ୍ୟ,ଐଶ୍ୱର୍ଯ୍ୟ ବିଚିତ୍ର

ଲୀଳା ତିନି କ୍ଷେତ୍ରରେ ,

ନୀଳାଚଳ ଧାମେ ଶ୍ରୀଜଗନ୍ନାଥଙ୍କ

ଲୀଳାଖେଳା ଶ୍ରୀକ୍ଷେତ୍ରରେ।

ପଦ୍ମ,ଗଦା,ଚକ୍ର,ଶଂଖ କ୍ଷେତ୍ର ରୁ

ଶଂଖକ୍ଷେତ୍ରେ ମର୍ତ୍ତ୍ୟ ବୈକୁଣ୍ଠ,

ସର୍ବେଶ୍ୱର,ସର୍ବନିୟନ୍ତା,ସଭିଙ୍କ

ସେ ପ୍ରାଣର ଦେବଇଷ୍ଟ।

ବଳରାମ ସାମ,ସୁଭଦ୍ରା ଯର୍ଯୁ,ଅଥର୍ବ

ସୁଦର୍ଶନ, ଋକ ଜଗନ୍ନାଥ,

କୋଟି ଓଡ଼ିଆର ମଉଡ଼ମଣି ସେ

ଦାରୁବ୍ରହ୍ମ ବିଶ୍ୱନାଥ।

ସାମ୍ବତ୍ସରିକ ଦ୍ଵାଦଶ ଯାତ୍ରା ମଧ୍ୟେ

ଯାତ୍ରା ଅଟେ ସର୍ବଶ୍ରେଷ୍ଠ,

ରଥ ବାମନର ଦୃଶ୍ୟ ଦରଶନେ

ପୁନଃ ଜନ୍ମର ନ ଥାଏ କଷ୍ଟ।

ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ

ତିନି ସ୍ପନ୍ଦନର ବିମାନ ଦୃଶ୍ୟ,

ବ୍ରହ୍ମ, ନାରଦ,ସ୍କନ୍ଦକହଇ,ବହୁପୂର୍ବରୁ

ଏ ପ୍ରଥା ପ୍ରଚଳିତ୍ୟ।

ନୀଳଶୈଳରୁ କାଳିଆ ଛାତି ଫୁଲେଇ

ପାଟଦଉଡି ରେ ହୁଏ ବନ୍ଧା,

ନର,ପଶୁ ପକ୍ଷୀ, କୀଟ,ତରୁ,ଯକ୍ଷ

ସର୍ବେ ବନ୍ଧା ସେଗୋଲକ ଧନ୍ଦା।

ସ୍ଵୟଂ ଲୀଳା କରି ଦିବ୍ୟ ସ୍ନାନ ମଧ୍ୟେ

ଭକ୍ତଠୁ ଦୂରେଇ ଅଣସରରେ,

ସଭିଙ୍କୁ ନଚାଏ,ମନାଏ,କନ୍ଦାଏ,

ହସାଏ ରଥ ଯାତରେ।

ଗୁଣ୍ଡିଚା, ବାହୁଡା, ବଡ଼ଯାତ ତା'ର

ଦର୍ଶନେ ଲଭନ୍ତି ମୁକ୍ତି,

ଭାବବିନୋଦିଆ ଗୋପି ମନଚୋର

ଧାଇଁ ଆସେ ଦେଖି ଭକ୍ତି।

ଟାହିଆ ହଲେଇ ପହଣ୍ଡି କରନ୍ତି ହସି

ହସି ଆସନ୍ତି ମଣିମା,

ଗହଳଚହଳ ମଧ୍ୟେ ଭାଇଭଗ୍ନୀ

ଲୀଳା କରନ୍ତି ତ ଋଷେ ଲକ୍ଷ୍ମୀ ମା।



ଶିକ୍ଷୟିତ୍ରୀ ପ୍ରଣତି ମହାପାତ୍ର

ବାଲେଶ୍ଵର


Rate this content
Log in

Similar oriya poem from Inspirational