Shop now in Amazon Great Indian Festival. Click here.
Shop now in Amazon Great Indian Festival. Click here.

Trushna Das

Inspirational

4.4  

Trushna Das

Inspirational

ସ୍ୱତନ୍ତ୍ର ଓ ଗଣତନ୍ତ୍ର ଭାରତ ମାତା

ସ୍ୱତନ୍ତ୍ର ଓ ଗଣତନ୍ତ୍ର ଭାରତ ମାତା

1 min
130


ଭାରତମାତା ଆଜି ସ୍ୱତନ୍ତ୍ର

ମହାପୁରୁଷମାନେ ହୋଇ ଏକତ୍ର 

ଆଣିଛନ୍ତି ଗଣତନ୍ତ୍ର। 


ହେ ଭାରତମାତାଙ୍କର ସୁପୁତ୍ର

ଆଜି ମୁଁ କରୁଛି ପ୍ରଶ୍ନପତ୍ର 

କଣ ଆଜି ଭାରତମାତା ସତରେ ସ୍ୱତନ୍ତ୍ର 

କଣ ଭାରତରେ ଚାଳିଛି ଗଣତନ୍ତ୍ର?


ଏଠି ସବୁ ନାରୀମାନେ ପାଇ ନାହାନ୍ତି ସ୍ୱତନ୍ତ୍ର

ନାରୀମାନେ ଏବେ ବି ହେଉଛନ୍ତି କୁତ୍ସିତ 

ଜାତିପ୍ରଥା ଓ ଜମିଦାର ପ୍ରଥା ଏବେ ବି ପ୍ରଚଳିତ

କିଛି ଜାଗାରେ ବାଲ୍ୟ ପ୍ରଥା ଏବେ ବି ଅବସ୍ଥିତ

ଏସବୁ କଣ ପରିଚୟ ସ୍ୱତନ୍ତ୍ର ଓ ଗଣତନ୍ତ୍ର ଭାରତମାତାଙ୍କର।


ଭାରତ ମାତା ଏବେ କ୍ରନ୍ଦନରତ୍ର

ବସିଛନ୍ତି ଏବେ ମନ କରି କୁଣ୍ଠିତ 

ଭାରତବର୍ଷ ହୋଇଛି ସିନା ବିକଶିତ 

ହେଲେ ହରାଇ ବସିଛି ମାନବିକତାର ମୂଳମନ୍ତ୍ର 

ଏସବୁ କଣ ପରିଚୟ ସ୍ୱତନ୍ତ୍ର ଓ ଗଣତନ୍ତ୍ର ଭାରତମାତାଙ୍କର।


ଭାରତମାତା ଭାବୁଛନ୍ତି ସେ ପୁରଣା ଅତୀତ

ଯେଉଁଠାରେ ପିତା ମାତା ଥିଲେ ନମସ୍ୟ

ହେଲେ ଆଜି ଧନ୍ୟ ସେ ପିତାମାତା 

ଆଉ ଧନ୍ୟ ସେ ସନ୍ତାନ ସନ୍ତତି 

ପିତା ମଦୁଆ ହୋଇ ସନ୍ତାନକୁ ସଜେଇଛି ଶ୍ରମିକ 

ଆଉ କେଉଁଠି ସନ୍ତାନ ବଡ ହୋଇ ପିତାମାତାଙ୍କୁ ପଠାଇଛି ବୃଦ୍ଧାଶ୍ରମ

ଏସବୁ କଣ ପରିଚୟ ସ୍ୱତନ୍ତ୍ର ଓ ଗଣତନ୍ତ୍ର ଭାରତ ମାତାଙ୍କର।


ହେ ଭାରତମାତାଙ୍କର ସୁପୁତ୍ର ସୁପୁତ୍ରୀଗଣ

ଭାରତମାତା ମାଗୁଛନ୍ତି ପରିଚୟପତ୍ର

ସ୍ୱତନ୍ତ୍ର ଓ ଗଣତନ୍ତ୍ରର

ସମାଜକୁ ରକ୍ଷାକର ଏ କୁତ୍ସିତ ପ୍ରଥାରୁ

ମନେ ପକାକ ଗୌରବମୟ ଅତୀତକୁ

ରଚନା କର ଉଜ୍ଜଳମୟ ଭବିଷ୍ୟତକୁ

ମାନବିକତା ଆଉ ସମାନତି ଆଣି ହୋଇ ଏକତ୍ର 

ଦିଅ ନୂତନ ପରିଚୟ ସ୍ୱତନ୍ତ୍ର ଓ ଗଣତନ୍ତ୍ର ଭାରତମାତାଙ୍କର।


Rate this content
Log in

Similar oriya poem from Inspirational