STORYMIRROR

Jayashree Maharana

Abstract

2  

Jayashree Maharana

Abstract

ସ୍ୱତନ୍ତ୍ର ମୋ'ଦେଶ

ସ୍ୱତନ୍ତ୍ର ମୋ'ଦେଶ

1 min
110

ସ୍ୱତନ୍ତ୍ର ମୋ'ଦେଶ ଅବସ୍ଥିତି ତା'ର

ଭିନ୍ନ ସାରା ବସୁଧାରେ

ତିନି ପାର୍ଶ୍ବେ ଉଭା ବିଶାଳ ସାଗର

ଶତ୍ରୁ କିବା ଲଙ୍ଘିପାରେ


ଉତ୍ତର ଦିଗରେ ହିମାଳୟ ଗିରି

ସୁରକ୍ଷାର ସହାୟକ

ଭିନ୍ନ ଭୂମିରୂପ ବକ୍ଷରେ ବିସ୍ତୃତ

ପ୍ରକୃତିର ସରଂକ୍ଷକ


ନାନାଦି ତଟିନୀ ସ୍ନିଗ୍ଧ ନିର୍ଝରିଣୀ

ଝରୁଥାନ୍ତି ଅବିରତ

ମଧୁର ଶୀତଳ ଜଳ ଭରସାରେ

ଶସ୍ଯରାଶି ଉତ୍ପାଦିତ


ପୂରୁବ ପଶ୍ଚିମେ ଦୀର୍ଘ ଉପକୂଳ

ଶସ୍ୟକ୍ଷେତ୍ରେ ସବୁଜିମା

ମାଳ ଅଞ୍ଚଳରେ ଗହଳ ବନାନୀ

ଦେଶ ମୋର ଅନୁପମା


ସ୍ଥାନେ ସ୍ଥାନେ ମରୁ ବାଲି ଆଚ୍ଛାଦିତ

କଣ୍ଟା ଭରା ବୃକ୍ଷ ପୂର୍ଣ୍ଣ

ସମତଳ ଭୂମି ଜନଜୀବନର

ନିରାପଦ ବାସସ୍ଥାନ


ହ୍ରଦ ସମୁଦ୍ରରେ ଛୋଟ ଛୋଟ ଦ୍ବୀପ

ହୋଇଛନ୍ତି ଆବିଷ୍କୃତ

ନାନା ପଶୁପକ୍ଷୀ ମାନବ ସେଠାରେ

ସ୍ଥାୟୀ ଭାବେ ବାସରତ


ପ୍ରାକୃତିକ ଶୋଭା ବିମଣ୍ଡିତ ଦେଶ

ଫୁଲଫଳେ ସୁସଜ୍ଜିତ

ସେହି ଭୂମି ପରେ ଜୀବନ ଆମର

ହେଉଅଛି ଉଲ୍ଲସିତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract