STORYMIRROR

Chittaranjan Nanda

Abstract Classics Fantasy

4  

Chittaranjan Nanda

Abstract Classics Fantasy

ସ୍ୱର୍ଗ ଓ ନର୍କ କଅଣ, କେଉଠି ଅଛି

ସ୍ୱର୍ଗ ଓ ନର୍କ କଅଣ, କେଉଠି ଅଛି

1 min
363

ପ୍ରଶ୍ନ ଆସେ ମୋର ମନରେ, ମୁଁ କିଏ, 

ପରିଚୟ ମୋର କଅଣ

ଦୁନିଆକୁ ଆସିଛି କାହିଁକି, ଘୁରି ବୁଲୁଛି 

ଉତ୍ତର ପାଇଁ ମୋର ମନ ।

 

ଆସିଛି ଏକା ଯିବି ବି ଏକା, ସମୟ 

ସରିଲେ ମିଶିବି ମାଟିରେ 

ପରଶ୍ରୀକାତରତା ଶତୃତା ର ଭାବନା 

ଆସେ କାହିଁକି ମନରେ  ।


ମୋର ଥିବା ପାଞ୍ଚମନ ଓ ପଚିଶ ପ୍ରକୃତି 

କରିଛନ୍ତି ମୋତେ କବଳିତ

ଏହା କି ମୋର ଅଜ୍ଞାନତା, ଯାହା ଫଳରେ 

ମନ ରହେ ସଦା ଜର୍ଜରିତ ।


ସବୁ ଜାଣି କିଆଁ ହୁଅଇ ଅବୁଝା, ଅବାଟରେ 

ଚାଲି ହୁଏ ଅସ୍ତ ବ୍ୟସ୍ତ

ନିଜ ଅଯଥା ସ୍ୱାର୍ଥରେ ମାତି ହରାଏ ମଣିଷତ୍ୱ,

ଏହା କଅଣ ଆଗରୁ ଲିପିବଦ୍ଧ ।


ବେଳେ ବେଳେ ମନରେ ଆସେ ଭୁଲ ରାସ୍ତାରେ

ଯାଇ କାହିଁକି ଘାଣ୍ଟି ହେଉଛି

ସ୍ୱର୍ଗ, ନର୍କ, ପାତାଳ କଅଣ, କେଉଠି ଅଛି, ଅନ୍ତର

ଭିତରେ ମୁଁ ସଦା ଖୋଜୁଛି ।


ଛୁଆଟି ଦିନରୁ ଶୁଣି ଆସିଛି, ଇଶ୍ୱର ସର୍ବ ଘଟେ 

ବିଦ୍ୟମାନ ଓ ସର୍ବ କର୍ମର ସୂତ୍ରଧର

ମୋ ମନରେ ଦ୍ୱନ୍ଦ ରହିଛି, ହେ ଈଶ୍ୱର ସବୁ ଯଦି 

କର୍ମ ତୁମର, ମୋର କାହିଁକି ରହିବ ଡର ।


Rate this content
Log in

Similar oriya poem from Abstract