STORYMIRROR

Alaka Dash

Inspirational

3  

Alaka Dash

Inspirational

ସ୍ୱର ଏକ ଅଜଣା ସ୍ମୃତିର

ସ୍ୱର ଏକ ଅଜଣା ସ୍ମୃତିର

1 min
250


"ଏ କେମିତିକା ଜହ୍ନ ରାତି 

ସିଂଗଧ ଜୋଛନାରେ 

ଭରିଛି ପ୍ରୀତି, ତଥାପି 

କାହିଁକି?? 

ଦେହରେ ଭରି ଯାଏ 

ଜ୍ଵଳନର ତାତି !!

ଅନୁଶୋଚନା, ଅନୁରାଗରର 

କମ୍ପନ ଖେଳିଯାଏ ଉଷ୍ମତାର 

ଶିରା ପ୍ରଶିରାରେ 

କିଏ? କିଏ ତୁମେ ଆଗନ୍ତୁକ? 

ତୁମ ଛାଇରେ ଭରିଛି ଏତେ ଦରଦ, 

ବିରହ, ବିଧୁର ବେଦନାର ସ୍ୱର, 

ଶୁଣିଲା ମାତ୍ରକେ ଅଶ୍ରୁ ବିଗଳିତ ହୁଏ 

ବେଦନାରେ ଭରିଯାଏ ହୃଦୟ, 

ମରମ ବୀଣା ଟି ଆପେ ଆପେ 

ଝଙ୍କାର ତୋଳେ ଅଜଣା ସ୍ୱରରେ 

ଅନ୍ତିମ ପ୍ରହର ରାତ୍ରୀ !!

ଶେଷ ରାତ୍ରୀର ଯବନିକା ପତନ ପୂର୍ଵରୁ 

ପ୍ରାରମ୍ଭ ର ଘଣ୍ଟି ବାଜେ 

କିଏ??? କିଏ ତୁମେ ଆଗନ୍ତୁକ !!

ସ୍ପର୍ଶ ରେ ତୁମର ଜୀବନ ମରୁରେ 

ସଂଚରିତ ହୁଏ ମରୁ ଝରଣା 

ଖେଳିଯାଏ ସିଂଗଧ ଜୋଛନା, 

ପ୍ରବଞ୍ଚନା,ପ୍ରତାରଣା, ଛଳନା ଜାଲରୁ 

କରି ମୁକ୍ତ, ଦେଖାଅ

ପ୍ରଦୀପର ରାହା 

ବଂଚିବାର ସ୍ୱପ୍ନ ବୁଣି ଦିଅ, 

ମରି ମରି ଜିଇଂବା ଶିଖାଇ ଦିଅ, 

ଭରି ଦିଅ ତୃପ୍ତିର, ପ୍ରାପ୍ତିର 

ଚେତନାର ପୁଳାଏ ସନ୍ଦେଶ, 

ଜ୍ବଳନ ର ଦହନ ର ଜ୍ୱାଳା 

ପ୍ରଶମିତ କରି 

ସିଂଗଧତା, ଶୀତଳତା 

କାଉଁରୀ ସ୍ପର୍ଶରେ 

ଉନ୍ମୁକ୍ତ କର ଶାନ୍ତି ପ୍ରଶାନ୍ତିର 

ଗତି ମୁକ୍ତିର ପଥ ll"



Rate this content
Log in

Similar oriya poem from Inspirational