Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sushama Parija

Fantasy Tragedy

3  

sushama Parija

Fantasy Tragedy

ସ୍ୱପ୍ନ

ସ୍ୱପ୍ନ

2 mins
2.3K


ଅନେକ ଅନେକ ସୁନ୍ଦର ସ୍ଵପ୍ନ ଥିଲା ଜୀବନର

ଗୋଟି ଗୋଟି କରି ଧାଡି ବନ୍ଧା ସ୍ୱପ୍ନ ସବୁ

ଭାଙ୍ଗି ଗଲାପରେ ଆଉ କି ସ୍ୱପ୍ନ ଦେଖିବି ?

ପ୍ରଥମ ସ୍ୱପ୍ନଟି ଦେଖିଥିଲି କୈଶୋରରେ,

ଭଲ ପାଠ ପଢିବି, ବଡ ଚାକିରୀ କରିବି,

ବାପାର ହଳବୁହା ହାତକୁ ବିଶ୍ରାମ ଦେବି,

ବୋଉର ନିଜେ ଶୀତରେ ଥରି ଥରି ମତେ

ଘୋଡେଇ ପକଉଥିବା କମ୍ବଳ ବଦଳରେ

କଲିକତିଆ ନରମ କମ୍ବଳଟେ ଦେବି,

ହସ ଫୁଟେଇବି ସେମାନଙ୍କ ମୁହଁରେ।।

ସ୍ୱପ୍ନ ଭାଙ୍ଗିଗଲା ,ଯେବେ ମୁଁ ଚାକିରୀ କରି

ବାହାଘର ପରେ ତୋ ବୋଉର କଥାମାନି

ବାପା ବୋଉଙ୍କୁ ଗାଁରେ ଛାଡି ସସ୍ତ୍ରୀକ ଆସିଲି

ରାଜଧାନୀର କ୍ୱାର୍ଟରରେ ଆପଣା ସଂସାର ଗଢିଲି।।

ଦ୍ୱିତୀୟ ଥର ସ୍ୱପ୍ନ ଦେଖିଲି ଯୌବନରେ,

ନିଜର ଘର କରିବି, ଗାଡି କରିବି,

ପିଲାଙ୍କୁ ଇଂଲିଶ୍ ସ୍କୁଲ୍ ରେ ପଢେଇବି,

ପିଲାମାନେ ମୋ ଭଳିଆ କିରାଣୀ ନହୋଇ

ଡାକ୍ତର ଇଞ୍ଜିନିଅର ପ୍ରଶାସକ ହେବେ,

ବହୁତ ଟଙ୍କା ରୋଜଗାର କରିବେ, ମୁଁ ସୁଖୀ ହେବି

ସ୍ୱପ୍ନ ଭାଙ୍ଗିଗଲା ଯେବେ, ତମେ ଦୁଇ ପୁଅ ମୋର

ଇଞ୍ଜିନିଅର ହୋଇ ବିଦେଶରେ ଚାକିରୀ କଲ,

ଋଣ ପରିଶୋଧ କରୁ କରୁ ମୋର ଚାକିରୀ ସରିଗଲା,

ଅଣାଅଶୀ ରୋଗ ମାଡି ବସିଲା ଶରୀରକୁ,

ଡାକ୍ତରଙ୍କ ଫିସ୍ କୁ ଔଷଧ ଦୋକାନକୁ

ମାସକ ଦରମା ଟଙ୍କା ନିଅଣ୍ଟ ପଡିଲା ।।

ପୁନଶ୍ଚ ସ୍ୱପ୍ନ ଦେଖିଲି, ପୁଅ ମାନଙ୍କୁ ବାହା କରିବି,

ବୋହୁ ଆସିବ, ସେବା କରିବ, ଅବସର ଜୀବନ ସୁଖମୟ ହେବ

ନାତି ନାତୁଣୀଙ୍କୁ କୋଳରେ ଧରି ଖେଳେଇ,ବୁଲେଇ,

ସ୍ୱପ୍ନ ଭାଙ୍ଗିଗଲା ଯେବେ ତମେ ଦୁଇ ଭାଇ ଉଡିଗଲ ,

ବିଦେଶରେ ନିଜ ନିଜର ନୂଆ ସଂସାର ଗଢିଲ ,

ନାତି ନାତୁଣୀଙ୍କୁ କୋଳରେ ଧରିବା ଆକାଶ କୁସୁମ ହେଲା।।

ପେନସନ୍ ଟଙ୍କା ଘର ଖର୍ଚ୍ଚକୁ ନିଅଣ୍ଟ ହେଲା,

ଆଖିରେ ଆଖିଏ ସ୍ୱପ୍ନ ନେଇ ତୋ ମାଆ ଚାଲିଗଲା ସେପାରିକୁ,

ତମେ ସବୁ ଆସି ସିନା ତା’କୁ ନେଇ ସ୍ୱର୍ଗ ଦ୍ୱାରରେ

ଛାଡିଦେଲ ,କିଏ ଜାଣେ ସିଏ ସ୍ୱର୍ଗକୁ ଗଲା କି ନର୍କକୁ ?

ବାର୍ଦ୍ଧକ୍ୟର ଶେଷ ସ୍ୱପ୍ନ ଭାଙ୍ଗିଗଲା ଯେବେ

ଅନାଦେୟ ଋଣ ପାଇଁ ଆମ ଘରଟା

ନିଲାମ ହୋଇ ଗଲା ଆଉ ମୋତେ

ଆଶ୍ରୟ ନେବାକୁ ହେଲା ଏଇ ଜରାନିବାସରେ।

ଆଜି କାଲି ଆଖିକୁ ତ ନିଦ ବି ଆସୁନି ,

ସ୍ୱପ୍ନ ଅବା ଆସିବ କୁଆଡୁ ? ତେଣୁ ଏବେ

ଜରାନିବାସର ଏଇ ଖଟଟାରେ ଶୋଇ ରହି

ଖାଲି ହିସାବ କରୁଛି, ଜୀବନର ପରିଧି ଭିତରେ

ପାଇଲି କେତେ ଆଉ ହଜେଇଲି କେତେ ???


Rate this content
Log in

Similar oriya poem from Fantasy